Saturday, February 14, 2026
27.6 C
Odisha

    ରାଜ୍ୟସଭାରେ ଉଠିଲା ରାଜନଗର ଅଙ୍ଗନବାଡ଼ି ଅଛୁଆଁ ପ୍ରସଙ୍ଗ, ଜାତୀୟସ୍ତରରେ ଉଦବେଗ ସୃଷ୍ଟି

    ଆଗକୁ ପଢନ୍ତୁ

    ରାଜନଗର : ରାଜନଗର ବ୍ଲକ ଘଡିଆମାଳ ପଞ୍ଚାଯତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଛୁଆଁ ଅଛୁଆଁ ଭେଦଭାବ ଏବେ ଆଉ ଓଡ଼ିଶା ଭିତରେ ସୀମିତ ନାହିଁ ।  ଏହାକୁ ନେଇ ଜାତୀୟସ୍ତରରେ ଉଦବେଗ ସୃଷ୍ଟି ହୋଇଛି ।  ତଥାପି ସ୍ଥିତିରେ ପରିବର୍ତ୍ତନ ନାହିଁ । ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।  ଶର୍ମଷ୍ଠା ସେଠୀଙ୍କ କଥା ଉତ୍ଥାପନ କରିଛନ୍ତି ।  ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରିବା ଏଭଳି ଭେଦଭାବ ପିଲାଙ୍କ ବିକାଶ ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ।

    ଛୁଆଁ ଅଛୁଆଁ ଭେଦଭାବ ଯୋଗୁଁ, ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୮୫ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରକୁ ପଢିବାକୁ ଆସୁନାହାନ୍ତି କୋମଳମତି ଶିଶୁ ।  ଏଭଳି ଏକ କୁତ୍ସିତ ଘଟଣାକୁ ୮୫ ଦିନ ବିତିଥିବା ବେଳେ ପ୍ରଶାସନ କାହିଁକି ଚୁପ ବସିଥିଲା ।  ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ଯାଏଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ପାଦ ଗାଁରେ ପଡିନଥିଲା କାହିଁକି  ?

    ଅନୁସୂଚିତ ଜାତିର ଯୁବତୀ ଶର୍ମିଷ୍ଠା ସେଠୀ ୨୦ ନଭେମ୍ବର ୨୦୨୫ରେ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରର ସହାୟିକା ଭାବେ ନିଯୁକ୍ତି ପାଇଥିଲେ ।  ଶର୍ମିଷ୍ଠାଙ୍କ ନିଯୁକ୍ତି ଦିନ ଠାରୁ ଗ୍ରାମବାସୀ ଶିଶୁଙ୍କୁ ପଢିବାକୁ ଅଙ୍ଗନବାଡିକୁ ଛାଡୁ ନାହାନ୍ତି ।  ସହାୟିକାଙ୍କ ହାତରୁ ଗର୍ଭବତୀ , ପ୍ରସୂତି ଓ ଶିଶୁ ଖାଦ୍ୟ ବି ଗ୍ରହଣ କରୁନାହାନ୍ତି ।

    ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଟିମ୍ ବୁଧବାର ଗାଁରେ ପହଞ୍ଚିଥିଲେ ମଧ୍ୟ ଗ୍ରାମବାସୀ ଆଲୋଚନାକୁ ଆସିନଥିଲେ ।  ଆଜି କଂଗ୍ରେସ ର ପ୍ରତିନିଧି ଦଳ ସେହି ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ପ୍ରଶାସନ ଉପରେ ବର୍ଷିଛନ୍ତି ।  ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    24 %
    1.2kmh
    80 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ