Sunday, September 13, 2026
27.6 C
Odisha

    ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ତେବେ ୩ ସେପ୍ଟେମ୍ବରରେ ହେବ ଉପନିର୍ବାଚନ । ଏଥି ମଧ୍ୟରୁ ଓଡ଼ିଶାର ମାତ୍ର ଗୋଟିଏ ଆସନ ପାଇଁ ନିର୍ବାଚନ ହେବ । ମମତାଙ୍କ ଇସ୍ତଫା ପରେ ଖାଲିପଡିଛି ଗୋଟିଏ ଆସନ । ୧୪ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୧ ତାରିଖରେ ନାମାଙ୍କନ ଏବଂ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ।ଏହି ୧୨ ଆସନରୁ ମହାରାଷ୍ଟ୍ରର ୨ ଟି ଆସନ, ଆସାମର ୨, ବିହାରର ୨ ତଥା ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଓଡିଶା ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଖାଲି ପଡ଼ିଥିବା ଆସନରେ ଊପନିର୍ବାଚନ ଅନୁଷ୍ଠିତ ହେବ। ଭାରତର ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉପନିର୍ବାଚନ ପାଇଁ ୧୪ ଅଗଷ୍ଟରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ଅଗଷ୍ଟ ୨୧ ରହିଛି। ସେହିପରି ଅଗଷ୍ଟ ୨୨ରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୭ ରହିଛି। ୩ ସେପ୍ଟେମ୍ବରରେ ମତଦାନ ହେବ ଏବଂ ଫଳାଫଳ ସେହିଦିନ ଅର୍ଥାତ୍ ‌ ୩ ସେପ୍ଟେମ୍ବର ଅପରାହ୍ନ ୫ଟା ପରେ ଘୋଷଣା କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ