Wednesday, October 7, 2026
27.2 C
Odisha

    ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେଡି ବିଧାୟକ ଦଳର ମୁଖ୍ୟ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନର ପାଇଁ ଆଜି ନବୀନଙ୍କ ବଡ଼ ବୈଠକ । ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବସିବ ବିଧାୟକ ଦଳ ବୈଠକ । ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ରହିଛି। ତା ପୂର୍ବରୁ ଆଜି ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ବିଜେଡି । ସଂଧ୍ୟା ସାଢେ ୫ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ହେବ ବୈଠକ ।  ଗତ ଦୁଇଦିନ ହେଲା ବିଜେଡି ବିଧାୟକମାନଙ୍କୁ ତାଲିମ ଦେଇ ଆସୁଛି ଦଳ ।

    ନବୀନ ନିବାସରେ ବିଧାୟକମାନଙ୍କୁ ଦଳ ତରଫରୁ ଟ୍ରେନିଂ ଦିଆଯାଇଛି । ଗତକାଲି ବିଜେଡି ବିଧାୟକମାନେ ବିଧାନସଭା ଯାଇ ଭୋଟ୍ ଗ୍ରହଣ ଯେଉଁଠି ହେବ ତାହା ମଧ୍ଯ ବୁଲି ଦେଖିଥିଲେ। ଦଳୀୟ ବିଧାୟକଙ୍କ ଗୋଟିଏ ଭୋଟ୍ ନାକଚ ଯେମିତି ନହେବ ତାହା ଉପରେ ଗୁରୁତ୍ଵ ଦେଉଛି ବିଜେଡି। ଗତକାଲି ନବୀନ ନିବାସ ବୈଠକରେ ହୋଇଥିଲା ମକ ଭୋଟିଂ ।

    ଗତକାଲି ସୂଚାନୁଯାୟୀ, ସରିଲା ନବୀନ ନିବାସରେ ବୈଠକ । ନବୀନଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଛନ୍ତି ୩୮ ବିଜେଡି ବିଧାୟକ ।  ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏବଂ ମୋନାହର ରାନ୍ଧରି ।  ନବୀନ ନିବାସରେ ରାଜ୍ୟ ସଭାରେ କେମିତି ଭୋଟ ଦିଆଯିବ ସେ ବିଷୟରେ ଆଲୋଚନା ହେଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ