Friday, October 2, 2026
25.2 C
Odisha

    ରାଜ୍ୟସଭା ଯିବେ କେଜ୍ରିୱାଲ! ସଂଜୀବ ଅରୋରା ବିଧାନସଭା ଉପନିର୍ବାଚନ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚା ବଢ଼ିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ସଂଜୀବ ଅରୋରାଙ୍କୁ ଆପ୍‌ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେବାପରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭାରେ ତାଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଛି। ଆପ୍‌ ଦଳ ଆଜି ସକାଳେ ଘୋଷଣା କରିଛି ଯେ ଅରୋରା ଲୁଧିଆନା ପଶ୍ଚିମ ଆସନରୁ ଉପନିର୍ବାଚନ ଲଢ଼ିବେ। ଆପ୍‌ ବିଧା‌ୟକ ଗୁର୍‌ପ୍ରୀତ ଗୋଗୀଙ୍କର ଗତ ମାସରେ ମୃତ୍ୟୁ ହୋଇଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ଉକ୍ତ ଆସନରେ ଆଗକୁ ବିଧାନସଭା ଉପନିର୍ବାଚନ ହେବ ଏବଂ ଏହି ଆସନରେ ଅରୋରା ଲଢ଼ିବେ। ସେ ହେଉଛନ୍ତି ଜଣେ ବ୍ୟବସାୟୀ। ୨୦୨୨ରେ ସେ ପଂଜାବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ୨୦୨୮ରେ ଶେଷ ହୋଇଥାନ୍ତା।ଯଦି ସେ ବିଧାନସଭା ଉପନିବର୍ବାଚନ ଜିତିବେ ତେବେ ସେ ସାଂସଦ ପଦରୁ ଇସ୍ତଫା ଦେବେ। ଏ କ୍ଷେତ୍ରରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ କେଜ୍ରିୱାଲଙ୍କୁ ଦିଆଯିବ। କିନ୍ତୁ ଆପ୍‌ ଏହାକୁ ଖଣ୍ଡନ କରିଛି। ଆପ୍‌ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ଏହି ରିପୋର୍ଟ ମିଛ ଏବଂ କେଜ୍ରିୱାଲ କେବଳ ଗୋଟିଏ ଆସନରେ ସୀମିତ ନୁହନ୍ତି। ସେ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ହାରିଯିବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। ପ୍ରଥମେ କୁହାଯାଉଥିଲା ଯେ କେଜ୍ରିୱାଲ ପଂଜାବ ମୁଖ୍ୟମନ୍ତ୍ରୀ ହେବେ କିନ୍ତୁ ଏବେ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ ସେ ରାଜ୍ୟସଭାରୁ ନିର୍ବାଚନ ଲଢ଼ିବେ। କିନ୍ତୁ ୨ଟି ଯାକ କଥା ସମ୍ପୂର୍ଣ୍ଣ ଭାବେ ଭୁଲ୍‌ ବୋଲି କକ୍କର କହିଛନ୍ତି। ଅନ୍ୟପକ୍ଷେ ଲୁଧିଆନା ପଶ୍ଚିମ ଆସନ ପାଇଁ ଟିକେଟ୍‌ ଗ୍ରହଣ କରି ଅରୋରା ଆପ୍‌କୁ ଧନ୍ୟବାଦ ଜଣାଇଛନ୍ତି । କୁହାଯାଉଛି ଯେ ସେ ଯଦି ନିର୍ବାଚନ ଜିତିବେ ତେବେ ତାଙ୍କୁ ଭଗବନ୍ତ ମାନ୍‌ ସରକାରରେ ମନ୍ତ୍ରୀ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ