Monday, March 2, 2026
34.4 C
Odisha

    ରାଜ୍ୟ ପୋଲିସ ମୁଖ୍ୟାଳୟ; ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧୀନରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ଚତୁର୍ଭୁଜ ମାଝୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯୋଗ୍ୟ ଯେ, ୨୦୨୪ ମସିହା ନଭେମ୍ବର ୪ ତାରିଖ ଦିନ ଛେଣ୍ଡିପଦା ଥାନା ଅଧୀନ ଚାଙ୍ଗୁଡିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପରିବାରିକ ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ଚତୁର୍ଭୁଜ ମାଝୀ ତାଙ୍କ ସମ୍ପର୍କୀୟ ଚିକୁନ ମାଝୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଘଟଣାର ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ସଂଗେ ସଂଗେ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା। ପୋଲିସ ପକ୍ଷରୁ ସଂଗୃହୀତ ବଳିଷ୍ଠ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ଅଦାଲତ ଆଜି ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନୂତନ ଆପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଅପରାଧ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ଓ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଦଣ୍ଡାଦେଶ ହାର ବୃଦ୍ଧି ପାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    18 %
    4.2kmh
    6 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    39 °

    ସମ୍ବନ୍ଧିତ