Sunday, October 11, 2026
29.5 C
Odisha

    ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ ପାଳିତ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁର ବଡ଼ସିଙ୍ଗାରି ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ନୂତନ କୋଠା ପରିସରରେ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ ଏବଂ ରାଜେନ୍ଦ୍ର ପ୍ରସାଦ ପାଢ଼ୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ।
    କାର୍ଯ୍ୟକ୍ରମକୁ ଡ. ରତ୍ନାକର ରାୟ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ କ୍ରେଷ୍ଟ ଏକ୍ସଓ ସହ-ପ୍ରତିଷ୍ଠାତା ବସନ୍ତ କୁମାର ମିଶ୍ର, ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ରିସର୍ଚ୍ଚର ଭାଇସ ଚାନ୍ସଲର ବିଭୁତି ଭୂଷଣ ବିଶ୍ଵାଳ, ଆଇଆଇଟି ଧାନବାଦ (ଆଇଏସଏମ) ନିର୍ଦ୍ଦେଶକ ସୁକୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ଵବିଦ୍ୟାଳୟର ସଫଳତା ନେଇ ରେଜିଷ୍ଟ୍ରାର ଡ. ଚିତ୍ତରଞ୍ଜନ ସାହୁ ଉପସ୍ଥାପନ କରିଥିଲେ। ଏହି ଅବସରରେ ଆଇଆଇଟି (ଆଇଏସଏମ) ଧାନବାଦ ଓ ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଯାହା ଗବେଷଣା, ଶୈକ୍ଷିକ ଆଦାନପ୍ରଦାନ ଏବଂ ସହଭାଗୀ ପଦକ୍ଷେପ ପାଇଁ ନୂତନ ରାସ୍ତା ପ୍ରଦାନ କରିବ ବୋଲି କୁହାଯାଇଛି । ଏହି ଅବସରରେ ପୂର୍ବତନ କୁଳପତି, ରେଜିଷ୍ଟ୍ରାର ଏବଂ ଅର୍ଥବିଭାଗ ନିୟନ୍ତ୍ରକମାନଙ୍କୁ ସମ୍ମାନିତ କରାଯାଇଥିଲା । ବସନ୍ତ କୁମାର ମିଶ୍ର ନିଜ ଅଭିଭାଷଣରେ ଉଚ୍ଚଶିକ୍ଷାରେ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣାର ବିକଶିତ ଦୃଶ୍ୟପଟ ଉପରେ ଖୁବ୍ ଉପାଦେୟ ମନ୍ତବ୍ୟ ରଖିଥିଲେ । ପ୍ରଫେସର ସୁକୁମାର ମିଶ୍ର ନବ ସୃଜନକୁ ପ୍ରୋତ୍ସାହିତ ଦିଗରେ ଅଭିଭାଷଣ ରଖିଥିଲେ ଏବଂ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ନିଜ ଅଭିଭାଷଣରେ ଭବିଷ୍ୟତ ପାଇଁ ବିଶ୍ଵବିଦ୍ୟାଳୟର ଯୋଜନା ସମ୍ପର୍କିତ ତଥ୍ୟ ରଖିଥିଲେ । ଏହି ଅବସରରେ ଛାତ୍ର ହେମନ୍ତ ଦୀପଙ୍କ ଦ୍ଵାରା ଲିଖିତ ଦୁଇଟି ପୁସ୍ତକ ‘ତୁମର ଗଲା ଦିନୁ’ ଏବଂ ‘ଏକଲା ଏକଲବ୍ୟ’ ଉନ୍ମୋଚିତ ହୋଇଥିଲା । ଶେଷରେ ଇଂରାଜୀ ବିଭାଗର ସହଯୋଗୀ ପ୍ରଫେସର ଡ. ଜିତେନ୍ଦ୍ର ଏବଂ ଓଡିଆ ବିଭାଗର ସହଯୋଗୀ ପ୍ରଫେସର ରାଧାକାନ୍ତ ସୁନା ଧନ୍ୟବାଦ ପ୍ରଦାନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ