Thursday, December 26, 2024
18.1 C
Odisha

    ରାଜ୍ୟ ସରକାର ପୋଲିସକୁ ବ୍ୟବହାର କରି ହିଂସାକୁ ଉତ୍ସାହିତ କରୁଛନ୍ତି: ବିଜେଡି

    ଆଗକୁ ପଢନ୍ତୁ

    ସରକାର ବଦଳିବା ପରେ ଓଡ଼ିଶା ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଚୋରି, ଡକାୟତି, ଲୁଟ୍, ଦୁଷ୍କର୍ମ, ଗଣ୍ଡୋଗୋଳ ଯେମିତି ନିତିଦିନିଆ ଘଟଣା ହୋଇଗଲାଣି । ରାଜ୍ୟ ସରକାର ପୋଲିସକୁ ବ୍ୟବହାର କରି ହିଂସାକୁ ଉତ୍ସାହିତ କରୁଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ଏମିତି କିଛି ଢଙ୍ଗରେ ରାଜ୍ୟର ମୋହନ ସରକାର ଉପରେ ବର୍ଷିଛି ବିଜେଡି । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି । ପୋଲିସକୁ ବ୍ଯବହାର କରି ହିଂସାକୁ ଉତ୍ସାହିତ କରାଯାଉଛି । ବାଲେଶ୍ବର, ଭଦ୍ରକରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରାଗଲା । ସରକାର ଆସିବା ଦିନଠାରୁ ଚୋରି, ଡକାୟତି ବଢ଼ିଛି । ପୋଲିସକୁ ବ୍ଯବହାର କରି ହିଂସାକୁ ଉତ୍ସାହିତ କରୁଛନ୍ତି ରାଜ୍ୟ ସରକାର । ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି । ପୋଲିସକୁ ସରକାରୀ ଗୁଣ୍ଡା ଭାବେ ବ୍ଯବହାର କରାଯାଉଛି । ଯାଜପୁର ଘଟଣା, କୁଚିଣ୍ଡା ଗଣଦୁଷ୍କର୍ମ, ବଙ୍ଗୋମୁଣ୍ଡା, କଟକ, ନୀଳଗିରି ଘଟଣାର ଉଦାହରଣ ଦେଇ ବିଜେପିକୁ ପ୍ରମିଳା ଟାର୍ଗେଟ କରିଛନ୍ତି । ଧର୍ମଶାଳା ବିଧୟାକ ଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଧର୍ମଶାଳାର ବିଧାୟକ ଶହେରୁ ଅଧିକ ଲୋକଙ୍କୁ ନେଇ ଯାଜପୁର ଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଦଳ ପକ୍ଷରୁ ପଚରାଯାଇଛି । ଧର୍ମଶାଳା ବିଧାୟକ କାହିଁକି ଶହେ ଲୋକଙ୍କୁ ନେଇ ଯାଜପୁର ଯାଇଥିଲେ । ଗଣ୍ଡଗୋଳ ଘଟଣାରେ କେବୂ ବିଜେଡି କର୍ମୀଙ୍କୁ ଗିରଫ କରାଯିବା ଓ ସରକାରୀ ଦଳର ନେତା ଓ କର୍ମୀଙ୍କୁ କାହିଁକି ଗିରଫ କରାଗଲାନାହିଁ ବୋଲି ଦଳ ପ୍ରଶ୍ନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.1 ° C
    18.1 °
    18.1 °
    97 %
    1.6kmh
    94 %
    Wed
    18 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ