Saturday, October 24, 2026
28.8 C
Odisha

    ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱପ୍ନ ଦେଖାଇ ଠକି ଦେଲେ : ସୋଫିଆ ଫିର୍ଦ୍ଦୋସ

    ଆଗକୁ ପଢନ୍ତୁ

    କଟକ: ରାଜ୍ୟ ସରକାର ଆଜି ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିଛନ୍ତି। ଗତକାଲି ରାଜ୍ୟ କ୍ୟାବିନେଟରେ ସୁଭଦ୍ରା ଯୋଜନା ଗାଇଡଲାଇନକୁ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଏହାକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଯୋଜନାରେ ୨୧ ବର୍ଷ ରୁ ୬୦ ବର୍ଷରୁ କମ ବୟସ ମଧ୍ୟର ମହିଳାଙ୍କୁ ସାମିଲ କରାଯିବ।

    ପ୍ରତ୍ୟେକ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ୫ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ(ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଡିବିଟି ବ୍ୟାଙ୍କ ଆକାଉଣ୍ଟାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହାସହିତ ହିତାଧିକାରୀମାନଙ୍କୁ ‘ସୁଭ୍ରଦା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ। ଏହି ଯୋଜନାକୁ ନେଇ ବିଜେପି ସରକାରକୁ ଆସିବା ପୂର୍ବରୁ ଯାହା ଘୋଷଣା କରିଥିଲା ଏବେ ତାହାର ପ୍ରତିଫଳନ ହେଉନି। ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସୋଫିଆ କହିଛନ୍ତି ରାଜ୍ୟ ସରକାର ଖରା ବେଳେ ମହିଳା ମାନଙ୍କୁ ସ୍ୱପ୍ନ ଦେଖାଇ ଠକି ଦେଲେ। ସୁଭଦ୍ରା ଯୋଜନାକୁ ନେଇ ଆସି ଆସିଥିବା ଏସଓପିରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ମିଳିବ। ଅର୍ଥାତ ମାସକୁ ୮୩୩ ଟଙ୍କା। କେଉଁ ମହିଳା ମାସକୁ ୮୩୩ ଟଙ୍କା ପାଇ ସ୍ୱାବଲମ୍ବି ଓ ଲକ୍ଷପତି ହେବେ? ଯେଉଁ ପରିବାରରେ ଦୁଇରୁ ତିନି ଜଣ ମହିଳା ଥିବେ, ସେଠାରେ ମହିଳାଙ୍କ ପିଛା ୨୦୦ ରୁ ୩୦୦ ଟଙ୍କା ରହିବ। ଏଥିରେ ସେମାନେ ସ୍ବାବଲମ୍ବି କେମିତି ହେବେ। ବିଜେପି ସରକାର କେବଳ ଭୋଟ ପାଇଁ ମହିଳାଙ୍କୁ ସ୍ବପ୍ନ ଦେଖାଇ ପ୍ରତାରିତ କରିଛନ୍ତି ବୋଲି କହିଛନ୍ତି ସୋଫିଆ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    43 %
    3.1kmh
    4 %
    Sat
    28 °
    Sun
    28 °
    Mon
    28 °
    Tue
    30 °
    Wed
    26 °

    ସମ୍ବନ୍ଧିତ