Monday, February 9, 2026
25.1 C
Odisha

    ରାଞ୍ଚିରେ ଅନୁଷ୍ଠିତ ହେଲା KIIT ପ୍ରିନ୍ସିପାଲ ମିଟ୍

    ଆଗକୁ ପଢନ୍ତୁ

    କୋଲକାତା : କିଟ୍ ବିଶ୍ୱବଦ୍ୟାଳୟ ପକ୍ଷରୁ ରାଞ୍ଚିରେ ଅନୁଷ୍ଠିତ ହୋଇଯାଇଛି କିଟ୍ ପ୍ରିନ୍ସିପାଲ ମିଟ୍ । କିଟ୍ କୁଳପତି ପ୍ରଫେସର ଶରଣଜିତ ସିଂ ଉପସ୍ଥିତ ପ୍ରିନ୍ସିପାଲ୍ନଙ୍କୁ କିଟ୍ ପକ୍ଷରୁ ସ୍ବାଗତ ଜଣାଇଥିଲେ । ସ୍କୁଲ ଏବଂ ବିଶ୍ଵ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ସହିତ କିଟ୍ କିପରି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରୁଛି ସେ ବିଷୟରେ ଆଲୋଚନା ହୋଇଥିଲା । କିଟ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିଷ୍ଠା ଓ ଚେଷ୍ଟା ଦ୍ଵାରା କିଟରେ ପାଠପଢା ଶେଷ ହେବା ପୂର୍ବରୁ କିପରି ଚାକିରି ମିଳୁଛି ସେ ବିଷୟରେ ମଧ୍ୟ ଅଧ୍ୟକ୍ଷମାନେ ମତ ଦେଇଥିଲେ।

    ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ କେବଳ ଚାକିରୀ ସର୍ବସ୍ବ ନ ହୋଇ ସର୍ଜନାତ୍ମକ ଦିଗ ପ୍ରତି ଆଗ୍ରହୀ ହେବା ଉଚିତ । କିଟ୍ ବିଶ୍ଵ ବିଦ୍ୟାଳୟ ପୋଥିଗତ ଶିକ୍ଷା ସହ କ୍ରୀଡା,ସଂସ୍କୃତି,ସମାଜସେବା ଓ ପ୍ରଗତିମୂଳକ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ବ ଦେଉଥିବାରୁ ସମଗ୍ର ବିଶ୍ୱବାସୀ ଙ୍କ ମନ ଜୟ କରିଛି ବୋଲି ମତ ପ୍ରକାଶ ପାଇଥିଲା । ଏହି ସମ୍ମିଳନୀରେ ଅତିଥିଭାବେ ରାଞ୍ଚି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଧର୍ମେନ୍ଦ୍ର କୁମାର ସିଂହ ଯୋଗ ଦେଇଥିଲେ । ଏହାସହ ସମ୍ମିଳନୀରେ ଉପସ୍ଥିତ ଥିଲେ ଡ.ଅଭୟ କୁମାର ସିଂହ, ଡ.ତାପସ ଘୋଷ, ଡ.ବୀରେନ୍ଦ୍ର କୁମାର, ଡ. ପି ଏସ କଲରା, ଡ.ସୁଭାଷ କୁମାର, ଶୈଲେନ୍ଦ୍ର ମିଶ୍ର, ଡ.ଆରତୀ ତିୱାରୀ, ଜ୍ୟୋତି କୁମାରୀ ଓ ସମିତ କୁମାର । କିଟ କ୍ୟାରିୟର ସ୍କୁଲ ର ଡିନ ପ୍ରିୟଦର୍ଶୀ ବିଶ୍ଵାଳ ସଭା ପରିଚାଳନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    19 %
    1.5kmh
    16 %
    Mon
    30 °
    Tue
    31 °
    Wed
    32 °
    Thu
    33 °
    Fri
    33 °

    ସମ୍ବନ୍ଧିତ