Thursday, May 15, 2025
39.2 C
Odisha

    ରାତିସାରା ଚାଲିଲା ବଜେଟ ଅଧିବେଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶେଷ ହେଲା ସପ୍ତଦଶ ବିଧାନସଭାର ତୃତୀୟ ବଜେଟ ଅଧିବେଶନ । ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ୨୮ ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ ଟି କାର୍ଯ୍ୟ ଦିବସ ଚାଲିଥିଲା । ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବା ରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ।

    ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତାବି କରିଥିଲେ। ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧି କରଣ ବିଲ ୨୦୨୫ ବିଧାନସଭାରେ ପାରିତ ହୋଇଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷ ର ବଜେଟ ଗୃହରେ ପାରିତ ହୋଇଥିଲା । ବେଶ ଘଟଣା ବହୁଳ ଥିଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ।ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହ ରୁ ନିଲମ୍ବିତ ହୋଇଥିଲେ କଂଗ୍ରେସ ଦଳର ସମସ୍ତ ବିଧାୟକ । ଏହା ସହ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧି କରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା । ବୁଧବାର ସକାଳ ୧୦.୩୦ ମିନିଟ ରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ 7 ଟା 5 ପର୍ଯ୍ୟନ୍ତ ଚାଲିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    39.2 ° C
    39.2 °
    39.2 °
    26 %
    2.7kmh
    16 %
    Thu
    40 °
    Fri
    42 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ