Tuesday, September 17, 2024
24.1 C
Odisha

    ରାତି ପାହିଲେ ନୂଆଁଖାଇ : ସମଲେଶ୍ଵରୀଙ୍କ ମନ୍ଦିରରେ ପହଞ୍ଚିଲା ପାହୁର୍ ଭାର

    ଆଗକୁ ପଢନ୍ତୁ

    ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଆଉ ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଇଷ୍ଟଦେବୀ ମା ସମଲେଇଙ୍କ ଠାରେ ଲାଗି ହେବାକୁ ଥିବା ନବାନ୍ନ ନେଇ ପହଞ୍ଚିଛି ପାହୁର୍ ଭାର । ରୁଗୁଡି ପଡ଼ାର ନିମା ପାଢ଼ୀଙ୍କ ଘରୁ ପାହୁର୍ ବାହାରି ମା ସମଲେଶ୍ଵରୀଙ୍କ ମନ୍ଦିରରେ ପହଞ୍ଚିଛି । ଘଣ୍ଟ, ଶଙ୍ଖ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ଇଷ୍ଟଦେବୀଙ୍କ ନୂଆଁଖାଇ ଖଞ୍ଜା ପହଞ୍ଚିଥିବା ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାର ପାରମ୍ପାରିକ ପର୍ବ ନୂଆଁଖାଇ । ପ୍ରକୃତି ସହିତ ଜଡ଼ିତ ଏହି ପର୍ବକୁ ନେଇ ଅନେକ ପରମ୍ପରା ରହିଛି । ତନ୍ମଧ୍ୟରୁ ନୂଆଁଖାଇର ଦିନକ ପୂର୍ବରୁ କରାଯାଉଥିବା ପାହୁର ଯାତ୍ରା ଅନ୍ୟତମ । ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାହିହେବା ପରେ ତାକୁ ପ୍ରସାଦ ସ୍ୱରୂପ ଗ୍ରହଣ କରି ସମସ୍ତେ ନୂଆ ଖାଇଥାନ୍ତି। ନୂଆଁଖାଇରେ ଲାଗୁଥିବା ସମସ୍ତ ଜିନିଷ ଏହି ପାହୁର ଭାରରେ ରହିଥାଏ । ମା ଙ୍କ ପାଇଁ ନୂଆ ଶାଢ଼ୀ, ଚୁଡ଼ି, ନୂଆ ଧାନ, ନୂଆ ଚୁଡ଼ା, କୁରେପତ୍ର ଓ ଅନ୍ୟାନ୍ୟ ଜିନିଷ ଅର୍ପଣ କରାଯାଏ । ମାଙ୍କ ନିକଟକୁ ପାହୁର ଭାର ପହଞ୍ଚାଇବା କାହିଁ କେଉଁ ରାଜା ରାଜୁଡ଼ା ଅମଳରୁ ଚାଲିଆସୁଛି । ରାଜତନ୍ତ୍ର ଲୋପ ପାଇବା ପରେ ସମୟାନୁକ୍ରମେ ଏହି ପରମ୍ପରା ଲୋପପାଉଥିବା ଦେଖି ବଲାଙ୍ଗିର ସହର ଗତ ୩୫ ବର୍ଷ ତଳେ ରଗୁଡ଼ି ପଡ଼ାର ସୋମନାଥ ପାଢ଼ୀ ନିଜ ପ୍ରଚେଷ୍ଟାରେ ମା ସମଲେଶ୍ଵରୀ, ପାଟଣେଶ୍ବରୀ ଓ ମା ଦୁର୍ଗାଙ୍କ ମନ୍ଦିରକୁ ପାହୁର ଯାତ୍ରା ପୁନଃ ଆରମ୍ଭ କରିଥିଲେ । ସେହିଦିନ ଠାରୁ ତାଙ୍କର ପରିବାର ହିଁ ପାହୁର ଭାର ନେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ