Wednesday, October 7, 2026
27.2 C
Odisha

    କଂଗ୍ରେସରେ ସାମିଲ ହୋଇ ଟି‌କେଟ ପାଇବା ପରେ ବିନେଶଙ୍କ ପ୍ରଥମ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବିନେଶ ଓ ବଜରଙ୍ଗ ପୁନିଆ ଗତ ଶୁକ୍ରାବର ସେପ୍ଟେମ୍ବର ୭ ତାରିଖରେ ଅଧିକାରିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଇତିମଧ୍ୟରେ ତାଙ୍କୁ କଂଗ୍ରେସରୁ ଟିକେଟ ବି ମିଳିଯାଇଛି।

    କଂଗ୍ରେସ ଦଳ ପକ୍ଷରୁ ବିନେଶ ଟିକେଟ ପାଇବା ପରେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ବିନେଶ ଫୋଗଟ ଲେଖିଛନ୍ତି,‘ କଂଗ୍ରେସ ପାର୍ଟିରେ ଯୋଗ ଦେଇ ମୁଁ ଏକ ନୂତନ ଦାୟିତ୍ବ ହାସଲ କରିଛି। କ୍ରୀଡ଼ାରେ ଯେଉଁ ଲଢ଼େଇ ଲଢ଼ିଥିଲି ତାହା ବର୍ତ୍ତମାନ ରାଜନୈତିକ ପ୍ଲାଟଫର୍ମ ମାଧ୍ୟମରେ ଦେଶ ତଥା ସମାଜ ପାଇଁ ଜାରି ରଖିବାର ଏକ ସୁବର୍ଣ୍ଣ ସୁଯୋଗ ପାଇଛି। ଯାହାକୁ ମୁଁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରିବି।’ ଏହି ଯାତ୍ରା ନୂତନ ସ୍ୱପ୍ନ ଏବଂ ସଂକଳ୍ପରେ ପରିପୂର୍ଣ୍ଣ ହେବ, ମିଳିତ ଭାବେ ଆମେ ଦେଶରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିବୁ। କଂଗ୍ରେସରେ ଯୋଗଦେବା ପରେ ହରିୟାଣା କଂଗ୍ରେସ ଦାୟିତ୍ୱରେ ଥିବା କେସି ବେଣୁଗୋପାଳଙ୍କୁ ମୁଁ କୃତଜ୍ଞତା ଜଣାଉଛି।’

    ଗତକାଲି କଂଗ୍ରେସରେ ସାମିଲ ପରେ ବିନେଶ ପ୍ରତିକ୍ରିୟା ଦେଇ କହିଥିଲେ, ‘ମୁଁ ଆଶ କରୁଛି ଆପଣମାନେ ମୋତେ ଯେଉଁ ଉଦ୍ଦେଶ୍ୟ ରଖି ଦଲରେ ସାମିଲ କରିଛନ୍ତି ମୁଁ ତାହାକୁ ପୁରଣ କରିପାରେ। କଂଗ୍ରେସକୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଖରାପ ସମୟରେ ହିଁ ଜଣାଯାଇଥାଏ ନିଜର କିଏ। ନିଜକୁ ଗର୍ବିତ ମନେ କରୁଛି । କାରଣ ମୁଁ ଆଜି ଏମିତି ଏକ ଦଳରେ ସାମିଲ ହୋଇଛି ଯିଏକି ସର୍ବଦା ମହିଳାଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ ଥାଏ।।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ