ସାଧାରଣତଃ ଲୋକମାନେ ସକାଳ ସମୟରେ ଓଟସ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଜାଣିଛନ୍ତି କି ରାତିରେ ଖାଇଲେ କଣ ହେବ? ଓଜନ ହ୍ରାସ କରିବା ଚକ୍କରରେ ଅନେକ ଲୋକ ଭୋକରେ ରୁହନ୍ତି । ଭୋକରେ ରହିଲେ ଓଜନ କମେ ନାହିଁ, ବରଂ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଆଜିର ସମୟରେ ଲୋକମାନେ ଓଜନ ହ୍ରାସ କରିବାକୁ ଡାଏଟ ଅନୁସରଣ କରୁଛନ୍ତି । ଅଧିକାଂଶ ଲୋକ ଡାଏଟିଂ ସମୟରେ ଭୋକିଲା ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଲୋକମାନେ ବୁଝିବା ଆବଶ୍ୟକ ଯେ ଭୋକରେ ନୁହେଁ, ଡାଏଟିଂରେ ସୁସ୍ଥ ଖାଦ୍ୟ ଆବଶ୍ୟକ। ଯଦି ଆପଣ ଏକ ସୁସ୍ଥ ଉପାୟରେ ଓଜନ ହ୍ରାସ କରୁନ୍ତି, ତେବେ ଆପଣ ଶୀଘ୍ର ଫଳାଫଳ ପାଇବେ । ତେଣୁ ଶୀଘ୍ର ଓଜନ କମାଇବାକୁ ଆପଣଙ୍କ ଡାଏଟ ବଦଳାଇବା ସହ ବ୍ୟାୟାମ କରିବା ଆବଶ୍ୟକ । କାର୍ବୋହାଇଡ୍ରେଟ କମ ଓ ପ୍ରୋଟିନ ଏବଂ ଫାଇବରରେ ଅଧିକ ଖାଦ୍ୟ ଖାଆନ୍ତୁ ।
ଓଜନ କମାଇବା ପାଇଁ ଓଟସ ଏକ ଭଲ ବିକଳ୍ପ ।ଡାଏଟରେ ଓଟସ ଖାଇବାକୁ ଅନେକ ପସନ୍ଦ କରନ୍ତି । ସାଧାରଣତଃ ଦିନରେ ଲୋକମାନେ ଓଟସ ଖାଆନ୍ତି, କିନ୍ତୁ କେବେ ଭାବିଛନ୍ତି ରାତିରେ ଓଟସ ଖାଇଲେ କଣ ହେବ । ରାତ୍ରିଭୋଜନରେ ଓଟସ ମିଶାନ୍ତୁ । ଯଦି ଆପଣ ରାତିରେ ଓଟସ ଖାଆନ୍ତି, ତେବେ ଆପଣଙ୍କ ଓଜନରେ ପରିବର୍ତ୍ତନ ଆସିବ ।
ଯଦି ଆପଣ ନିୟମିତ ଭାବେ ଓଟସ ଖାଆନ୍ତି, ତେବେ ଆପଣ କିଛି ମାସ ମଧ୍ୟରେ ଓଜନ ହ୍ରାସ ହୋଇପାରିବ। ଶରୀରରୁ ଖରାପ କୋଲେଷ୍ଟ୍ରଲ ବାହାର କରିବା ପାଇଁ ଏମାନେ କାମ କରନ୍ତି । ଓଜନ ହ୍ରାସ ପାଇଁ ଓଟସ ଏକ ଭଲ ଜଳଖିଆ ଭାବରେ ବିବେଚନା କରାଯାଏ ।
ଓଟସରେ ଫାଇବରରେ ଅଧିକ ଥାଏ। ଏଥିରେ ଭିଟାମିନ ଏବଂ ମିନେରାଲ୍ସ ମଧ୍ୟ ଭରପୂର । ଜଳଖିଆ, ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପାଇଁ ଆପଣ ଓଟସ ଖାଇପାରିବେ ।
କୁହାଯାଏ ଯେ ଓଟସ ଖାଇବା ଆପଣଙ୍କ ପେଟ ଅଧିକ ସମୟ ଫୁଲ ରହିବା ଭଲି ଲାଗିଥାଏ ।ଯଦି ଆପଣ ଏକ ଭରପୂର ଏବଂ ହେଲ୍ଦି ଜଳଖିଆ ଖାଇବାକୁ ଚାହୁଁଛନ୍ତି, ତେବେ ଓଟସ ଏକ ଭଲ ଅପ୍ସନ । ଜଳଖିଆ ପାଇଁ ଓଟସ ଖାଇବା ଶରୀରକୁ ପ୍ରଚୁର ଫାଇବର ଯୋଗାଇଥାଏ ।
ଓଟସରେ ପ୍ରୋଟିନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ, ମ୍ୟାଗ୍ନେସିୟମ, ଫସଫରସ, ଜିଙ୍କ, ପୋଟାସିୟମ, ନିୟାସିନ ଭଳି ବିଭିନ୍ନ ଉପାଦାନ ରହିଥାଏ । ଏହା ବ୍ୟତୀତ ଓଟସରେ ଭଲ ପରିମାଣର ଭିଟାମିନ ଏ, ଭିଟାମିନ ବି 12 ଏବଂ ଭିଟାମିନ ଡି ଥାଏ ।
ପ୍ରାୟତଃ ରାତିରେ ହାଲୁକା ଭୋଜନ ଖାଇବା ଦ୍ୱାରା ଆପଣଙ୍କୁ ଭୋକ ଲାଗେ । କିନ୍ତୁ ଯଦି ଆପଣ ରାତ୍ରି ଭୋଜନ ପାଇଁ ଓଟସ ଖାଆନ୍ତି, ତେବେ ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଲ ରଖିବ ।
ଓଟସରେ ଫାଇବରର ମାତ୍ରା ଅଧିକ, ତେଣୁ ଆପଣ ଅଧିକ ପରିମାଣରେ ଖାଇପାରିବେ ।ଯଦି ଆପଣ ଓଟସ ଖାଆନ୍ତି, ତେବେ ଶରୀରରେ କ୍ୟାଲୋରୀ ପରିମାଣ କମିଯାଏ । ଫାଇବର ଅଧିକ ଥିବାରୁ ଏହା ଶୀଘ୍ର ହଜମ ହୁଏ ନାହିଁ ଏବଂ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଲ ରଖେ । ତେଣୁ ଏହା ଆପଣଙ୍କୁ ଶକ୍ତି ଯୋଗାଇଥାଏ । ଯାହା ଅନେକ ଉପାୟରେ ଉପକୃତ କରିପାରେ ।
ଯଦି ଆପଣ ରାତିରେ ଓଟସ ଖାଆନ୍ତି, ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ଶୀଘ୍ର ବର୍ଣ୍ଣ ହୋଇଯାଏ । ଏହା ଅନ୍ତନଳୀ ସ୍ବାସ୍ଥ୍ୟରେ ଉନ୍ନତି ଆଣେ । ନିୟମିତ ଭାବେ ଫାଇବର ରିଚ ଓଟସ ଖାଇବା ଦ୍ୱାରା ଶରୀରର ଚର୍ବି ବର୍ଣ୍ଣ ହେବାରେ ସାହାଯ୍ୟ ହୋଇଥାଏ । ଏହା ଅନ୍ତନଳୀରେ ଜମା ହୋଇଥିବା ମଇଳାକୁ ଦୂର କରିଥାଏ ।