Monday, September 21, 2026
24 C
Odisha

    ପଥରରେ ଛେଚି ଯୁବକଙ୍କୁ ହତ୍ୟା, ବାଇକ୍‌ ସହ ମୃତଦେହ ଜବତ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ଡୋଳବ ଗାଁ ନିକଟ ରାସ୍ତାକଡ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ସକାଳେ ପାଟପୁର ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ପୋଡ଼ାମାରି ଗ୍ରାମ ଢ଼ିମିରା ସାହିର ରଜତ ଗୌଡ଼(୨୫)। ରଜତଙ୍କ ମୁଣ୍ଡକୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଖବର ପାଇ ପାଟପୁର ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧନୀ କୁକୁର ସହାୟତାରେ ତଦନ୍ତ କରାଯିବା ପରେ ଜବତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ରଜତଙ୍କ ମୃତଦେହଟି ଚାଷଜମିର ହିଡ଼ ପାର୍ଶ୍ୱରେ ପଡ଼ିଥିବା ବେଳେ ପ୍ରାୟ ୧୦ ଫୁଟ ଦୂରରେ ଏକ ବାଇକ୍‌ ରାସ୍ତା ଉପରେ ପଡ଼ିଥିଲା। ଭୋର୍‌ରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ କୁହୁଡି ହୋଇଥିଲା। କିଛି ଗ୍ରାମବାସୀ ପ୍ରଥମେ ବାଇକ୍‌ଟିକୁ ଦେଖି କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରିଥିଲେ। ପରେ କିଛି ଦୂରରେ ଥିବା ଜମିରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପରିସ୍ପାଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି। ରଜତ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ। ଗତ କିଛିଦିନ ହେଲା ସେ ଗ୍ରାମକୁ ଆସିଥିଲେ। ସନ୍ଧ୍ୟାରେ କାମ ଅଛି କହି ଘରୁ ଯାଇଥିଲେ। ବିଳମ୍ବିତ ରାତି ଯାଏ ଘରକୁ ଫେରି ନ ଥିଲେ। ଘର ଲୋକେ ତାଙ୍କ ମୋବାଇଲକୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ପରିବାର ଲୋକେ ଗ୍ରାମର ବିଭିନ୍ନ ସ୍ଥାନକୁ ଯାଇ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରଜତଙ୍କ ମୃତ୍ୟୁର କାରଣ ସଡ଼କ ଦୁର୍ଘଟଣା ନା ହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ