Wednesday, April 8, 2026
37.8 C
Odisha

    ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି ନେଇ ପ୍ରସ୍ତୁତି ଚାଲିଛି, ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ

    ଆଗକୁ ପଢନ୍ତୁ

    ନୂଆବର୍ଷ ପାଇଁ ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ନୂଆବର୍ଷରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରାଇବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

    ଶ୍ରୀ ପାଢ଼ୀ ଗଣମାଧ୍ୟମର ପ୍ରତିିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, ଆଜି ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି ନେଇ ପ୍ରସ୍ତୁତି ଚାଲିଛି । ସେଥି ପାଇଁ ରାତି ୧୦ଟାରୁ ସାଢ଼େ ୧୦ଟା ଭିତରେ ପହୁଡ଼ ପଡ଼ିବ। ଶୀଘ୍ର ପହୁଡ଼, ଦ୍ବାର ଫିଟା ନୀତି ହେଲେ ଦର୍ଶନ ସହଜ ହେବ। ଏବେ ସୁଦ୍ଧା ନୀତିକାନ୍ତି ଠିକ୍‌ ଭାବେ ଚାଲିଛି। ଶ୍ରଦ୍ଧାଳୁମାନଙ୍କୁ ମାର୍କେଟ୍‌ ଛକଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଛି। ସାଧାରଣ ଶ୍ରଦ୍ଧାଳୁମାନେ ଆଜି (ମଙ୍ଗଳବାର) ଓ ନୂଆବର୍ଷ (ବୁଧବାର) ସିଂହଦ୍ବାର ଦେଇ କେବଳ ପ୍ରବେଶ କରିବେ। କିନ୍ତୁ ସିଂହଦ୍ବାର ଦେଇ ପ୍ରବେଶ ନକରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ