Thursday, May 14, 2026
25 C
Odisha

    ରାତି ସାରା ଟାୱାର ଉପରେ ବସି ରହିଲେ ତିନି ଚୋର, ସକାଳେ କାବୁ କଲା ପୋଲିସ

    ଆଗକୁ ପଢନ୍ତୁ

    ଯାଜପୁର ଟାଉନ : ଧରା ପଡ଼ିଯିବା ଭୟରେ ରାତି ସାରା ଟାୱାର ଉପରେ ବସି ରହିଲେ ତିନି ଚୋର । ସକାଳ ହେବା ପରେ ୩ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଲେ ଟାୱାର କର୍ମଚାରୀ । ଦୀର୍ଘଦିନ ହେବ ଯାଜପୁର ବିଞ୍ଝାରପୁର ଅଞ୍ଚଳରେ ଥିବା ବିଭିନ୍ନ କମ୍ପାନୀର ମୋବାଇଲ ଟାୱାରଗୁଡିକରୁ ଲକ୍ଷ ଲକ୍ଷ ଟଙ୍କାର ଉପକରଣ ଚୋରୀ ହେଉଥିବା ଅଭିଯୋଗ ହୋଇଥିଲା । ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଚୋର ଧରା ପଡୁନଥିଲେ ।

    ଗତକାଲି ତାଉଁତରା ଅଂଚଳରେ ଥିବା ଏକ ଟାୱାରରୁ ୩ ଜଣ ଯୁବକ ଟାୱାର ଉପରେ ଚଢ଼ି ଚୋରୀ କରୁଥିବା ବେଳେ ପହଁଞ୍ଚିଯାଇଥିଲେ ଟାୱାର କର୍ମଚାରୀ । କର୍ମଚାରୀଙ୍କୁ ଦେଖି ରାତି ତମାମ ଟାୱାର ଉପରେ ବସି ରହିଥିଲେ ତିନି ଚୋର ।

    ସକାଳ ହେବା ପରେ ତିନିଜଣ ଚୋରଙ୍କୁ କାବୁ କରି ପୋଲିସର ଜିମା ଦେବା ସହ ସେମାନଙ୍କ ନଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଟାୱାର କର୍ମଚାରୀ । ଥାନାରେ ଅଟକ ଥିବା ତିନିଜଣ ଯୁବକ ଅରେଇ, ଇଞ୍ଜନପୁର ଓ ମଙ୍ଗଳପୁର ଅଂଚଳ ବୋଲି ସୂଚନା ମିଳିଛି । ଅନ୍ୟପଟେ ବିଞ୍ଝାରପୁର ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25 ° C
    25 °
    25 °
    86 %
    1.5kmh
    54 %
    Thu
    42 °
    Fri
    43 °
    Sat
    43 °
    Sun
    44 °
    Mon
    45 °

    ସମ୍ବନ୍ଧିତ