Friday, October 9, 2026
30.5 C
Odisha

    ରାମ ନବମୀରେ ଝଲସୁଛି ଅଯୋଧ୍ୟା

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ଆଜି ପବିତ୍ର ରାମନବମୀ। ଆଉ ଏହି ରାମନବମୀ ଅବସରରେ ଗାଁଠୁ ସହର ସବୁ ରାମ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଆଉ ଏହାରି ଭିତରେ ଅଯୋଧ୍ୟା ରାମ ମନ୍ଦିରରେ ଦେଖିବାକୁ ମିଳିଛି ଲକ୍ଷାଧିକ ଲୋକଙ୍କ ସମାଗମ। ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟରେ ସଜେଇ ହୋଇଛି ପୂରା ଅଯୋଧ୍ୟା। ସମୟ ଯେତେ ଗଡୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା ସେତେ ବଢୁଛି। ଆଉ ପ୍ରଶାସନ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ ସବୁଠାରୁ ଅଦ୍ଭୁତ କଥା ହେଉଛି ପବିତ୍ର ସରଜୁ ନଦୀର ପାଣିକୁ ଡ୍ରୋନ ଯୋଗେଁ ଭକ୍ତଙ୍କ ଉପରେ ସିଞ୍ଚନ କରାଯାଉଛି।

    ଆଉ ପ୍ରଭୁ ରାମ ଲଲାଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ମନରେ ମଧ୍ୟ ଅନେକ ଆନନ୍ଦ ଓ ଉହ୍ଲାସ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂରା ଅଯୋଧ୍ୟା। ଏବେଠାରୁ ଲୋକଙ୍କ ଭିଡ଼ ଦେଖି ଅନୁମାନ କରାଯାଉଛି ପାଖାପାଖି ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିବ ଅଯୋଧ୍ୟାରେ। କେବଳ ସେତିକି ନୁହେଁ ପୂର୍ବ ବର୍ଷ ପରି ଆଜି ମଧ୍ୟ ପ୍ରଭୁ ରାମ ଲଲାଙ୍କ ସୂର୍ଯ୍ୟ ତିଳକର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଇଆଇଟି ଚେନ୍ନାଇ ସହ ବିଭିନ୍ନ ସଂସ୍ଥାର ବିଜ୍ଞାନିକଙ୍କ ଉପସ୍ଥିତିରେ ଏହାର ଟ୍ରାଏଲ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ