Thursday, October 8, 2026
29.4 C
Odisha

    ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ କରି ୪୦ ଲକ୍ଷର ଘର କିଣିଥିଲା ଅଭିଯୁକ୍ତ !

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ : ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ୮ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନୁକଳ୍ପ ମିଶ୍ରା ଦାନ ଅର୍ଥ ଆତ୍ମସାତ୍‌ କରି ୪୦ ଲକ୍ଷ ଟଙ୍କାରେ ଅଯୋଧ୍ୟାରେ ଏକ ଘର କିଣିଥିବା ଅଭିଯୋଗ ହେଉଛି।ଜାତୀୟ ଗଣମାଧ୍ୟମର କେତେକ ପ୍ରତିନିଧି ଏ ନେଇ ଅଯୋଧ୍ୟାସ୍ଥିତ ଅନୁକଳ୍ପଙ୍କ ଘରେ ଖବର ସଂଗ୍ରହ କରିବାକୁ ପହଞ୍ଚି ଥିଲେ। ତେବେ ଘର ମଧ୍ୟରେ ଥିବା ଅନୁକଳ୍ପଙ୍କ ପରିବାର କବାଟ ଖୋଲି ନ ଥିଲେ। ଅନୁକଳ୍ପଙ୍କ ଭଉଣୀ କବାଟ ପଛପଟୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ କହିଥିଲେ ତାଙ୍କ ଭାଇଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ସେଥିରେ କୌଣସି ସତ୍ୟତା ନାହିଁ। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି। ଦାନ ଅର୍ଥ ଆତ୍ମସାତ୍‌ କରି ଅନୁକଳ୍ପ ସେହି ଘର କିଣିଥିବା ଖବରକୁ ତାଙ୍କ ଭଉଣୀ ଖଣ୍ଡନ କରିଥିଲେ। ଅନୁକଳ୍ପଙ୍କ ବିରୋଧରେ ଜଣେ ସମ୍ପର୍କୀୟ ଖୁଡ଼ୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ ଆଣିଥିବା ସମ୍ପର୍କରେ ତାଙ୍କ ଭଉଣୀ କହିଥିଲେ ଯେ ସମ୍ପର୍କୀୟ ଖୁଡ଼ୀଙ୍କ ପରିବାର ସହ କେତେକ ପ୍ରସଙ୍ଗରେ ମାମଲା ବିଚାରଧୀନ ରହିଛି। ତେଣୁ ସେ ତାଙ୍କ ପରିବାରକୁ ବଦନାମ୍‌ କରିବାକୁ ଏପରି ହୀନ ଉଦ୍ୟମ କରୁଛନ୍ତି।

    ସୂଚନାଥାଉ କି ଅନୁକଳ୍ପଙ୍କ ସମ୍ପର୍କୀୟ ଖୁଡ଼ୀ ନେହା ମିଶ୍ରା କିଛିଦିନ ତଳେ ଗୁରୁତର ଅଭିଯୋଗ ଆଣିଥିଲେ। ନେହା ଗଣମାଧ୍ୟମକୁ କହିଥିଲେ ଅନୁକଳ୍ପଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ତେବେ ଅନୁକଳ୍ପ ରାମ ମନ୍ଦିର ଟ୍ରଷ୍ଟରେ କାମ କରିବା ପରଠାରୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥାରେ ଆଶାତୀତ ଭାବେ ପରିବର୍ତ୍ତନ ଘଟିଥିଲା। ଅନୁକଳ୍ପ ଅଯୋଧ୍ୟାରେ ଏକ ନୂଆ ଘର କିଣିଥିଲେ। ଏଥିସହ ତାଙ୍କ ପରିବାର ଏକାଧିକ ସ୍ଥାନରେ ଦାମୀ ଜମି ଓ ଗାଡ଼ି କିଣିଥିଲେ। ଅନ୍ୟତମ ଅଭିଯୁକ୍ତ ଲବକୁଶ ମିଶ୍ରା ପୂର୍ବରୁ ଅଳ୍ପ ଦରମାରେ ଏକ ସ୍ଥାନରେ କାମ କରୁଥିବା ବେଳେ ରାମମନ୍ଦିର ଟ୍ରଷ୍ଟରେ ତାଙ୍କର ମଧ୍ୟ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଘଟିଥିବା ନେହା କହିଥିଲେ। ଲବକୁଶ ଅଯୋଧ୍ୟାରେ ପାଖାପାଖି ୪୦ ଲକ୍ଷ ଟଙ୍କାରେ ଏକ ଜମି କିଣିଥିଲେ ଏବଂ ସେହି ଜମିରେ ବର୍ତ୍ତମାନ ଘର ନିର୍ମାଣ ଚାଲିଥିବା ନେହା ଦର୍ଶାଇଥିଲେ।ପୁଲିସ ତରଫରୁ ମିଳିଥିବା ସୂଚନାନୁଯାୟୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଯେଉଁ ଦାନ ମିଳୁଥିଲା ସେଗୁଡ଼ିକୁ ଗଣତି କରିବା ଦାୟିତ୍ବରେ ଅନୁକଳ୍ପ ଥିଲା। ସେ ନିଜ ସମ୍ପର୍କୀୟ ଲବକୁଶ ମିଶ୍ରାଙ୍କ ସହ ମିଶି ଦାନ ଅର୍ଥ ଆତ୍ମସାତ୍‌ କରିଥିଲା। ଲବକୁଶଙ୍କ ଘରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଥିବା ପୁଲିସ ତରଫରୁ ଦର୍ଶାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ