Monday, August 3, 2026
26.1 C
Odisha

    ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ: ଜେନ୍‌ ଜିଙ୍କୁ ବାର୍ତ୍ତା, ନୈତିକତା ଓ ରାଷ୍ଟ୍ରହିତ ଭାବନା ଉପରେ ଗୁରୁତ୍ୱ

    ଆଗକୁ ପଢନ୍ତୁ

    ସାରା ଦେଶର ନଜର ଯେତେବେଳେ ଜେନ୍‌ ଜି ଙ୍କ ଉପରେ ଅଛି, ସେଭଳି ସମୟରେ ଦେଶର ଯୁବାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ମୁଣ୍ଡଳୀରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି, ଯୁବପିଢ଼ିଙ୍କ ନୈତିକ ଆଦର୍ଶ ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଛନ୍ତି । ସତ୍ୟନିଷ୍ଠ, ଅନୁଶାସନ, ସମ୍ୱେଦନଶୀଳ ଓ ରାଷ୍ଟ୍ରହିତ ଭାବନା ସହ ଓତପ୍ରୋତ ଥିବା ନାଗରିକ ତିଆରି ପାଇଁ ବିଶ୍ୱବିଦ୍ୟାଳୟମାନେ ପରିବେଶ ଓ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସାମିଲ ହୋଇ ସମ୍ବୋଧନ କରିଛନ୍ତି ।
    ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ରାଷ୍ଟ୍ରପତି । ଆଉ ଇଏ ତାର ପ୍ରସ୍ତୁତି । ଆଜିଠୁ ଦେଖିବାକୁ ମିଳିଲାଣି ଦେଶର ପ୍ରଥମ ନାଗରିକଙ୍କ ପାଇଁ ସ୍ୱାଗତ ଉତ୍ସାହ । କେଉଁଠି କଳାକାରମାନେ ଅଭ୍ୟାସ ଚଳାଇଛନ୍ତି, ଆଉ କେଉଁଠି ଚାଲିଛି କଡ଼ାକଡ଼ି ସୁରକ୍ଷା ଯାଞ୍ଚ । ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ବ୍ରହ୍ମପୁର ଯିବେ । ବ୍ରହ୍ମପୁରରୁ କାର୍‌କେଡ୍‌ରେ ତପ୍ତପାଣିକୁ ଯାଇ ମାଆ କନ୍ଧୁଣୀଙ୍କ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ । ଏହାପରେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରି, ୫ ତାରିଖରେ ପୁଣି ବ୍ରହ୍ମପୁରରୁ ଟ୍ରେନ୍‌ରେ ଭୁବନେଶ୍ୱର ଫେରିବେ । ଏହି ଦୁଇ ଦିନିଆ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

    ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଓ ତପ୍ତପାଣିରେ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ କାରକେଡ୍‌ର ରିହର୍ସାଲ କରିଛନ୍ତି । ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମକୁ ସଫାସୁତୁରା କରି ସଜାଯାଇଛି । ସ୍ୱତନ୍ତ୍ର ମଞ୍ଚରେ ପରିବେଷିତ ହେବ ଗଞ୍ଜାମର ପ୍ରସିଦ୍ଧ ପଶୁମୁଖା ନୃତ୍ୟ, ଓଡ଼ିଶୀ, ରଣପା, ଶଙ୍ଖ ମହୁରୀ, ଗିନି ମୃଦଙ୍ଗ ଇତ୍ୟାଦି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯିବା ସହ, ପୂରା ଜିଲ୍ଲାକୁ ‘ନୋ ଡ୍ରୋନ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    90 %
    1.4kmh
    87 %
    Mon
    26 °
    Tue
    32 °
    Wed
    31 °
    Thu
    28 °
    Fri
    28 °

    ସମ୍ବନ୍ଧିତ