Friday, October 2, 2026
22.9 C
Odisha

    ରାଷ୍ଟ୍ରପତିଙ୍କ ଦ୍ବାରା ଦୁଇ ଯୁବ ଭୂବୈଜ୍ଞାନିକ ସମ୍ବର୍ଦ୍ଧିତ

    ଆଗକୁ ପଢନ୍ତୁ

    ପାଟଣା : କେଉଁଝର ଜିଲ୍ଲାର ୨ଜଣ ଯୁବ ବୈଜ୍ଞାନିକ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ହରମନ ମହାନ୍ତ ଜାତୀୟ ଭୂବୈଜ୍ଞାନିକ ସମ୍ମାନରେ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୂବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି। ଏହି ଉତ୍ସବରେ କେନ୍ଦ୍ରଖଣି ମନ୍ତ୍ରୀ ଜି.କିଶାନ ରେଡ୍ଡୀ ଉପସ୍ଥିତି ଥିଲେ । ଶ୍ରଦ୍ଧାଞ୍ଜଳି ପାଟଣା ବ୍ଲକ ସ୍ୱାମ ଶାସନର ଜଣାଶୁଣା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ଦ୍ୱିବେଦୀ ଓ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ କୁମୁଦିନୀ କରଙ୍କ ଝିଅ। ଶ୍ରଦ୍ଧାଞ୍ଜଳି ବର୍ତ୍ତମାନ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଓଡ଼ିଶାର ଡାଇରେକ୍ଟର ଭାବେ ଭୁବନେଶ୍ୱରଠାରେ କାର୍ଯ୍ୟରତ ଅଛନ୍ତି।
    ରାଇସୁଆଁ ଗୋପୀନାଥ ପୁରରେ ସେ ବିବାହ କରିଥିବା ବେଳେ ତାଙ୍କ ସ୍ଵାମୀ ଶିବଦତ୍ତ ମହାପାତ୍ର ପେଟ୍ରୋଲିୟମ ଜିଓଲୋଜିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ କେଉଁଝର ଏମପି ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ରର ନାୟକ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ପାଟଣା ବ୍ଲକ୍ ଅଧକ୍ଷ ଈଂ ବିଦ୍ୟାଧର ଦାଶ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ଶିଳ୍ପପତି ବିବେକା ନନ୍ଦ ଦାଶ, କେନ୍ଦୁଝର ଏମପିଙ୍କ ବ୍ଲକ୍ ପ୍ରତିନିଧି ପ୍ରହଲ୍ଲାଦ ପଲେଇ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ସେହିପରି ବାରିଆ ଗ୍ରାମର କଳାକର ମହାନ୍ତ ଓ ନର୍ମଦା ମହାନ୍ତଙ୍କ ପୁତ୍ର ହରମନ ମହାନ୍ତ ବର୍ତ୍ତମାନ ସିନିଅର ଜିଓଲୋଜିଷ୍ଟ ଭାବେ ଜି ଏସ ଆଇ ଭୁବନେଶ୍ୱର ଠାରେ କାର୍ଯ୍ୟରତ । ମୟୁରଭଞ୍ଜ ଜିଲ୍ଲାରେ ତମ୍ବା ଆବିଷ୍କାର ନିମନ୍ତେ ହରମନ ଏହି ସମ୍ମାନ ପାଇଛନ୍ତି। କେନ୍ଦୁଝର ଜିଲ୍ଲାର ଗର୍ବ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ କରିଥିବାରୁ ଏହି ଦୁଇଜଣ ବୈଜ୍ଞାନିକଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ