Friday, October 2, 2026
29.9 C
Odisha

    ରାଷ୍ଟ୍ରପତି ଭବନରେ ରାଷ୍ଟ୍ରୀୟ କର୍ମଯୋଗୀ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମହାଭାରତ ଏବଂ ଭାଗବତ ଗୀତାରୁ ମିଳିଥିବା ଶିକ୍ଷା ଆଧାରରେ ନେତୃତ୍ୱ, ଶାସନ ବ୍ୟବସ୍ଥା ଏବଂ ମୂଲ୍ୟ ଆଧାରିତ ଜନସେବା ଲକ୍ଷ୍ୟରେ ରାଷ୍ଟ୍ରିୟ କର୍ମଯୋଗୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନର ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ସୋମବାର ରାଷ୍ଟ୍ରପତି ଭବନ ଠାରେ ଏନବିସିସିର ମୁଖ୍ୟ ମହାପ୍ରବନ୍ଧକ ଦେବାଶିଷ ଶତପଥୀ ଆଲୋଚନାଚକ୍ରରେ ଉପସ୍ଥିତଙ୍କୁ ସମାଜରେ ଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଏବଂ ଦାୟିତ୍ୱବାନ ନାଗରିକ ଭାବନା ସୃଷ୍ଟି ପାଇଁ ‘ସେବଭାବ-ନିସ୍ୱାର୍ଥ ସେବାର ଭାବନା’ ବିଷୟରେ ଆଲୋକପାତ କରିଥିଲେ।

    ସେ କହିଥିଲେ ଦେଶସେବାରେ ପ୍ରତ୍ୟେକ ବ୍ୟକ୍ତିର ଚିନ୍ତା, ସିଦ୍ଧାନ୍ତ ଓ କାର୍ଯ୍ୟ ପ୍ରତିଫଳିତ ହେବା ଆବଶ୍ୟକ, ଯାହା ବ୍ୟକ୍ତିଗତ ଆଚରଣ ସହିତ ସାମୁହିକ ନେତୃତ୍ୱକୁ ପ୍ରତିଫଳିତ କରେ। ‘ସେବକ ନେତୃତ୍ୱ’ ପ୍ରସଙ୍ଗରେ ମହାଭରତକୁ ଅବତାରଣା କରି ଶ୍ରୀ ଶତପଥୀ କହିଛନ୍ତି ଯୁଧିଷ୍ଠିରଙ୍କ ଆଦର୍ଶ ନେତୃତ୍ୱକୁ ଆଲୋକିତ କରିଥିଲା। ଯୁଧିଷ୍ଠିର ସର୍ବଦା ନିଜ ଅପେକ୍ଷା ଅନ୍ୟର ମଙ୍ଗଳକୁ ପ୍ରାଥମିକତା ଦେଇ ନମ୍ରତା, ନୀତିଗତ ଏବଂ କରୁଣା ଆଧାରିତ ନେତୃତ୍ୱ ପ୍ରଦର୍ଶିତ କରିଥିଲେ। ମହାଭରତ ଯୁଦ୍ଧ ସମୟରେ ଯୁଧିଷ୍ଠିର ନିଜ ସୁରକ୍ଷା ଅପେକ୍ଷା ସେନାର ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ନିଜ ଭାଇମାନଙ୍କୁ ନିର୍ଦେଶ ଦେଇଥିଲେ ଯାହା ସେବା ଓ ବଳିଦାନ ମାଧ୍ୟମରେ ନେତୃତ୍ୱର ସାରତ୍ୱକୁ ପ୍ରତିପାଦନ କରେ। ମହାଭାରତର ପ୍ରତ୍ୟେକ ଚରିତ୍ର ନୀତିଶାସ୍ତ୍ର, ସିଦ୍ଧାନ୍ତ, ଦାୟିତ୍ୱବୋଧ ଓ ଧୈର୍ଯ୍ୟ ସମ୍ବନ୍ଧୀୟ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ, ଯାହା ଆଜିର ପ୍ରଶାସନିକ ଓ ସଂଗଠନ ବ୍ୟବସ୍ଥାରେ ମଧ୍ୟ ପ୍ରାସଙ୍ଗିକ ରହିଛି। ଏହି ମୂଲ୍ୟଗୁଡ଼ିକୁ ଗ୍ରହଣ କରି ଲୋକ ଓ ଅନୁଷ୍ଠାନ ଏକାଠି ହୋଇ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାରେ ସ୍ୱପ୍ନକୁ ସାକାର କରିପାରିବେ ବୋଲି ଶ୍ରୀ ଶତପଥୀ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ