Saturday, March 21, 2026
27.7 C
Odisha

    ରାଷ୍ଟ୍ରୀୟ ଶୋକ ବେଳେ ଛୁଟି କଟେଇବାକୁ ରାହୁଲ ଗାନ୍ଧି ଗଲେ ଭିଏତନାମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ଯୋଗୁଁ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏପରିସ୍ଥିତିରେ ଦେଶରେ ସବୁ ସରକାରୀ କାର୍ଯ୍ୟକ୍ରମ ଓ ଉତ୍ସବକୁ ବାତିଲ କରାଯାଇଛି । କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛୁଟି କାଟିବାକୁ ଭିଏତନାମ ଚାଲିଯାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

    ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶ ଶୋକଗ୍ରସ୍ତ ଏବଂ ରାହୁଲ ଗାନ୍ଧୀ ନୂଆବର୍ଷ ପାଳନ ପାଇଁ ବିଦେଶ ଯାଇଛନ୍ତି। ମନମୋହନ ସିଂହଙ୍କ କଥା କଂଗ୍ରେସ ଆଉ ଚିନ୍ତା କରୁନାହିଁ। ସେ ବଞ୍ଚିଥିବା ବେଳେ ସେମାନେ ତାଙ୍କୁ ଅପମାନିତ କରିବା ସହ ଗାଳିଗୁଲଜ କରୁଥିଲେ ଏବଂ ଏବେ ବି କରୁଛନ୍ତି। ଗତକାଲି କେହି ତାଙ୍କ ଅସ୍ଥି ସଂଗ୍ରହ କରିବାକୁ ଯାଇନଥିଲେ। ମନମୋହନ ସିଂହଙ୍କୁ ଭାରତ ରତ୍ନ ଦେବାକୁ ମଧ୍ୟ କଂଗ୍ରେସ ମନା କରିଦେଇଥିଲା। ଏହା ହିଁ ସେମାନଙ୍କର ଅସଲ ଚେହେରା।“

    ସେ କହିଛନ୍ତି, ରାହୁଲ ଗାନ୍ଧି ‘ବିରୋଧୀ ଦଳ ନେତା’ର ଅର୍ଥ ବଦଳାଇ ଦେଇଛନ୍ତି। ଏବେ ସେ ବିରୋଧୀ ଦଳ ନେତାରୁ ପର୍ଯ୍ୟଟନ ଓ ପାର୍ଟି  କରୁଥିବା ନେତା ପାଲଟିଯାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ସାରା ଦେଶ ଶୋକାକୁଳ ଥିବା ବେଳେ ରାହୁଲ ଗାନ୍ଧି ପର୍ଯ୍ୟଟନ ଓ ପାର୍ଟି କରିବା ପାଇଁ ବାହାରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ