Saturday, October 10, 2026
24.4 C
Odisha

    ରାସନ କାର୍ଡ କଟିବା ପ୍ରସଙ୍ଗରେ ବିଧାନସଭା ସରଗରମ, ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଛି ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାସନ କାର୍ଡ କଟିବା ପ୍ରସଙ୍ଗରେ ବିଧାନସଭା ସରଗରମ ।  ରାସନକାର୍ଡ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଛି ବିଜେଡି। ଦଳୀୟ ଭିତ୍ତିରେ ରାସନ କାର୍ଡ ବଣ୍ଟନ ହେଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ବିଜେଡି। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି ଜଣେ ଗରିବ ଲୋକଙ୍କ ରାସନ କାର୍ଡ କଟାଯାଇ ନାହିଁ ।  ସେହିପରି ଟାଟା ପାୱାର ଉପଭୋକ୍ତାଙ୍କ ଠାରୁ ଅଧିକ ଟାରିଫ ଆଦାୟ ନେଇ ମଧ୍ୟ ଗୃହରେ ଉଦବେଗ ପ୍ରକାଶ ପାଇଛି। ବିଜେଡି ଓ କଂଗ୍ରେସ ସିଧାସଳଖ ସରକାରଙ୍କ ଅନୁକଂପାକୁ ଦାୟୀ କରିଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ ।

    ରାସନ କାର୍ଡକୁ ଦଳୀୟ ଭିତ୍ତିରେ ବଣ୍ଟା ଯାଉଛି ।  E- kyc କୁ ବିଜେପି ଏବେ ମିନି SIR କରୁଥିବା ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।  ଯିଏ ବିଜେପି ସଦସ୍ୟ ହେଉନି, ତା ରାସନକାର୍ଡ କଟାଯାଉଛି ।  ପାତରଅନ୍ତର ବନ୍ଦ ହେଉ ।  ଦଳୀୟ ଭିତ୍ତିରେ ରାସନ କାର୍ଡ ବଣ୍ଟନ ବନ୍ଦ ନ ହେଲେ ପରିସ୍ଥିତି ଭୟାନକ ହେବ ବୋଲି ବିଜେଡି କହିଛି ।  କଂଗ୍ରେସ କହିଛି ଡବଲ ଇଞ୍ଜିନ୍ ସରକାର ରାସନ କାର୍ଡ ଅଧିକ ଦେବା ପରିବର୍ତ୍ତେ କାର୍ଡ କାଟୁଛନ୍ତି ।

    ଲୋକେ ସବୁ ବୁଝିଲେଣି ବୋଲି କହିଛନ୍ତି ବିଧାୟକ ଅଶୋକ ଦାସ ।  ସେପଟେ ରାସନ କାର୍ଡରେ ପାତର ଅନ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  କୌଣସି ଗରିବ ଲୋକଙ୍କ କାର୍ଡ କଟାଯାଇ ନାହିଁ ।  ସରକାରୀ ଚାକିରିଆ, ମୃତ ଲୋକଙ୍କ କାର୍ଡ କଟାଯାଇଛି ।  E-kyc କରି ମୋଟ ୮ ଲକ୍ଷ ୧୬ ହଜାର ୪୫୬ ଜଣଙ୍କ ରାସନ କାର୍ଡ କଟାଯାଇଛି । ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ ହଜାର ଏବଂ ସହରାଞ୍ଚଳରେ ଏକ ଲକ୍ଷ ୫୦ ହଜାର ନୂଆ ହିତାଧିକାରୀ ଚିହ୍ନଟ କରିବା ପାଇଁ ଟାର୍ଗେଟ ଦିଆଯାଇଥିବା ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ