Sunday, October 4, 2026
30.6 C
Odisha

    ରାସ୍ତାକଡ଼ର ଏହି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ଧନୀକ ବ୍ୟବସାୟୀ ମୁକେଶ ଅମ୍ବାନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ଭଲପାଆନ୍ତି। ଏକ ସାକ୍ଷାତକାରରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ କହିଥିଲେ ଯେ ମୁକେଶ ଅମ୍ବାନୀ ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି। ଜଣେ ଗୁଜୁରାଟୀ ହୋଇଥିବାରୁ ଖାଇବା ପ୍ରତି ତାଙ୍କର ବହୁତ ଭଲପାଇବା ରହିଛି।ମୁକେଶ ଅମ୍ବାନୀ ଅତି ସରଳ ଜୀବନଯାପନ କରନ୍ତି ଏବଂ ସାଧାରଣତଃ ଘରେ ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ହେଲେ ବେଳେ ବ‌େଳେ ‌ସେ ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ଯାଇଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ପତ୍ନୀ ନୀତା ଅମ୍ବାନୀ। ସେ କହିଥିଲେ ଯେ “ମୁକେଶ ଅମ୍ବାନୀ ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଏବଂ ମୁମ୍ବାଇରେ ଯେଉଁଠାରେ ବି ଭଲ ଭେଲ କିମ୍ବା ଦହି ବଟାଟା ପୁରୀ ମିଳେ, ମୁକେଶ ଅମ୍ବାନୀ ନିଶ୍ଚିତ ଭାବରେ ସେଠାକୁ ଯାଆନ୍ତି। ଆମେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉ। ଆମେ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁ। ଏଥିପାଇଁ ପରିବାରକୁ ସମୟ ଦେବା ପରେ ଆମେ ପ୍ରାୟତଃ ବିଳମ୍ବିତ ରାତିରେ କଫି ପିଇବାକୁ କିମ୍ବା ସମୁଦ୍ରକୂଳ ବୁଲିବାକୁ ଯାଇଥାଉ। ବେଳେବେଳେ ଆମେ ପୂର୍ବରୁ ଯୋଜନା କରି ଭେଲ ଖାଇବାକୁ କିମ୍ବା ଦହି ବଟାଟା ପୁରୀ ଖାଇବାକୁ ଯାଇଥାଉ। ଏସବୁ ଜିନିଷ ଆମକୁ ବହୁତ ଖୁସିଦିଏ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ