Tuesday, October 6, 2026
28.6 C
Odisha

    ରାସ୍ତାରେ ଧାନ ବସ୍ତା ରଖି ଗର୍ଜିଲେ ଚାଷୀ

    ଆଗକୁ ପଢନ୍ତୁ

    କୋରୁକୋଣ୍ଡା : ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ। ଶେଷରେ ଉତ୍ୟକ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ। ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଏବଂ ପୋଟରେଲ ଛକରେ ଦେଖିବାକୁ ମିଳିଛି। ମଣ୍ଡିରେ ଦୀର୍ଘ ଦିନ ହେବ ଧାନ ପଡି ରହିଥିବା ବେଳେ ଉଠୁନି ଧାନ, ଶେଷରେ ବାଧ୍ୟହୋଇ ରାଜରାସ୍ତାରେ ବସ୍ତା ବସ୍ତା ଧାନ ରଖି ରାସ୍ତାରୋକ କରିଛନ୍ତି ଚାଷୀ। ଚାଷୀମାନଙ୍କର ୪ ଗୋଟି ଦାବିଗୁଡିକ ହେଲା, ଧାନ ମଣ୍ଡିରୁ ଧାନ ଯଥାଶୀଘ୍ର ଉଠାଇବା, ଚାଷୀମାନଙ୍କର ଖାଲି ବସ୍ତା ବାବଦକୁ ୧୦ ଟଙ୍କା ଫେରାଇବା, କଟନି ଛଟନି ବନ୍ଦ କରିବା ଏବଂ ମିଲର ମାନଙ୍କ ମନମାନି ବନ୍ଦ କରିବା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ