Wednesday, June 24, 2026
27.3 C
Odisha

    ରାସ୍ତା ପାର୍ ହେଉଥିବା ବେଳେ ଧକ୍କା ଦେଲା କାର୍, ପରିବାରର ୪ ମୃତ, ୩ ଆହତ

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ    :   ତାମିଲନାଡୁର ମଦୁରୈ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସଡ଼କ ପାର୍ କରୁଥିବା ବେଳେ ପରିବାରର ୭ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ପରିବାରର ୪ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୩ ଜଣ ଗରୁତର ରହିଛନ୍ତି ।

    ସୂଚନା ମୁତାବକ, ତାମିଲନାଡୁର ମଦୁରୈ ଜିଲ୍ଲାରେ ଉସିଲାମପଟ୍ଟୀ ନିକଟରେ କୁଜମପଟ୍ଟୀରେ ଏହି ଦୁର୍ଘଟଣା ଘଟିଛି । ପରିବାର ଲୋକ ରାସ୍ତା ପାର୍ ହେବା ପରେ ଏକ କାର୍ ଧକ୍କା ଦେଇଥିଲା । ପରିବାରର ୭ ଜଣ ରାସ୍ତା ପାର୍ ହୋଉଥିବା ବେଳେ କାର୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଗୁରତର ରହିଛନ୍ତି । ମଦୁରୈର ପୋଲିସ ଅଧିକ୍ଷକ ଅରବିନ୍ଦ ଘଟଣା ବିଷୟରେ ଖବର ଦେଇ କହିଛନ୍ତି, ଦୁର୍ଘଟଣା ଶନିବାର ରାତିରେ ଘଟିଛି । ପରିବାରର ଲୋକମାନେ ରାସ୍ତା ପାର ହେଉଥିବା ବେଳେ ଏକ ଅନିୟନ୍ତ୍ରିତ କାର୍ ଧକ୍କା ଦେଇଥିଲା । ଫଳରେ ଏମାନଙ୍କ ଜୀବନ ଚାଲିଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.3 ° C
    27.3 °
    27.3 °
    73 %
    2.2kmh
    46 %
    Tue
    28 °
    Wed
    35 °
    Thu
    37 °
    Fri
    31 °
    Sat
    38 °

    ସମ୍ବନ୍ଧିତ