Tuesday, April 7, 2026
26.1 C
Odisha

    ରାସ୍ତା ମଝିରେ ଜଳିଗଲା ଓଏସଆରଟିସି ବସ

    ଆଗକୁ ପଢନ୍ତୁ

    ବରଗଡ଼   :   ବରଗଡ଼ ଜିଲ୍ଲା ବଲଣ୍ଡା ଛକରେ ଜଳିଗଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ବସ। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବସଟି ବରଗଡ଼ରୁ ପଦ୍ମପୁର ଯାଉଥିଲା। ବସରେ ୨୫ରୁ ଅଧିକ ଯାତ୍ରୀ ଥିଲେ। ବଲଣ୍ଡା ଛକ ନିକଟରେ ହଠାତ ବସରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ବସଟିକୁ ଅଟକାଇବା ପରେ ତୁରନ୍ତ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବସଗୁଡ଼ିକରେ ବାରମ୍ବାର ନିଆଁ ଲାଗିବା ଘଟଣା ଏ​‌ବେ ଯାତ୍ରୀଙ୍କ ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଯାତ୍ରୀମାନେ ବସ୍ ରେ ଯିବାକୁ ଭୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ