Friday, October 2, 2026
24.8 C
Odisha

    ରାହୁଲ ଗାନ୍ଧୀ ଟ୍ୟୁଶନ ନେବା ଆବଶ୍ୟକ’: ଧମେନ୍ଦ୍ର,

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୋମବାର ଲୋକ ସଭାରେ ଭାଷଣ ଦେବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ବଜେଟର ହାଲୱା ସମାରୋହର ପୋଷ୍ଟର ଦେଖାଇଥିଲେ। ଏ ସମ୍ପର୍କରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି।
    ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି, ବିରୋଧୀ ରାହୁଲ ଗାନ୍ଧୀ ପୁଣିଥରେ ନିଜର ନକାରାତ୍ମକ ରାଜନୀତି ପାଇଁ ଲୋକସଭାରେ ବଜେଟ ଉପରେ ଆଲୋଚନା ସମୟକୁ ବ୍ୟବହାର କରିଛନ୍ତି।କଂଗ୍ରେସ ଦଳ ଜାଣିଶୁଣି ଗୃହର ସମ୍ମାନକୁ ହ୍ରାସ କରିବାକୁ ଚେଷ୍ଟା କରୁଛି।
    ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ବିରୋଧୀ ଦଳର ନେତା ହୋଇ ସର୍ବପ୍ରଥମେ ରାହୁଲ ଗାନ୍ଧୀ ଜୀଙ୍କୁ ଗୃହରେ କିପରି ବିବୃତ୍ତି ଦେବେ ସେନେଇ ଟ୍ୟୁଶନ ନେବା ଆବଶ୍ୟକ। ଏକ ନିର୍ବାଚନ ରାଲିରେ ଏବଂ ସଂସଦରେ ଭାଷଣ ଦେବା ମଧ୍ୟରେ ପାର୍ଥକ୍ୟ ଅଛି, ଆଜି ପୁଣି ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତା ସମଗ୍ର ଦେଶର ଲୋକଙ୍କ ସାମ୍ନାରେ ପ୍ରକାଶ ପାଇଛି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି। ସେ ଲେଖିଛନ୍ତି, ବିରୋଧୀ ଦଳର ନେତା ଗୃହର ନିୟମକୁ ସଠିକ ଭାବରେ ବୁଝିବା ଏବଂ ସେହି ଅନୁଯାୟୀ ଆଚରଣ କରିବା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ