କଟକ : କର୍ଣ୍ଣାଟକ ପୋଲିସର ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କଟକ ଜେଏମଏଫସି କୋର୍ଟ । ରିମାଣ୍ଡ ପାଇଁ ଆବେଦନ କରିଥିଲା କର୍ଣ୍ଣାଟକ ପୋଲିସ । ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ ପଚରା ଉଚରା କରାଯିବ। ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି।
ସୂଚନାଯୋଗ୍ୟ, ୬ ମାସ ପରେ ପୁଣି ଚୌଦ୍ବାର ଜେଲରେ ରାଜା ସାହାଣୀ । ୩ ନମ୍ବର ୱାର୍ଡର ୨ ନମ୍ବର ସେଲରେ ଥିଲେ ହାର୍ଡକୋର ଅପରାଧୀ । ରାଜାର ଗତିବିଧି ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଥିଲେ । ରାଜାକୁ ହାଇ ସିକ୍ୟୁରିଟି ସେଲ୍ ରେ ରଖାଯାଇଥିଲା । ତିନି ଜଣ ସ୍ୱତନ୍ତ୍ର ଜେଲ ଅଧିକାରୀ ତାକୁ ୨୪ ଘଣ୍ଟିଆ ନଜର ରଖୁଥିଲେ । ଡବଲ ସିସିଟିଭି ସର୍ଭେଲାନ୍ସରେ ରହିଛି ରାଜା ଏକ ସ୍ୱତନ୍ତ୍ର ଟିମ୍ ସିସିଟିଭି ମନିଟର କରୁଥିଲା । ତାକୁ ସ୍ବତନ୍ତ୍ର ରେଡ୍ କ୍ୟାପ୍ ଦିଆଯାଇଥିଲା ।
