Wednesday, November 18, 2026
20 C
Odisha

    ରୁଷିଆରେ ବଡ଼ ବିମାନ ଦୁର୍ଘଟଣା, ୧୯ ମୃତ

    ଆଗକୁ ପଢନ୍ତୁ

    ରୁଷ : ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା ଦେଖିବାକୁ ମିଳିଛି । ସାମରିକ ପରିବହନ ବିମାନ An-12 କ୍ରାସ୍ ହେବା ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବିମାନର ସମସ୍ତ ଚାଳକ ଦଳର ସଦସ୍ୟ ରହିଥିବା ଜଣାପଡିଛି । ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦୁର୍ଘଟଣା ନେଇ ସୂଚନା ଦେଇଛି।

    ସୂଚନା ଅନୁଯାୟୀ, ପଶ୍ଚିମ ସାଇବେରିଆର କେମେରୋଭୋ ଅଞ୍ଚଳର ୟାଗୁନୋଭୋ ଗାଁ ନିକଟରେ ଏକ ଜନଶୂନ୍ୟ ସ୍ଥାନରେ ବିମାନଟି ଖସିପଡ଼ିଥିଲା। ଦୁର୍ଘଟଣା ସମୟରେ ବିମାନରେ ମୋଟ ୧୯ ଜଣ ଥିଲେ। ତେବେ ବିମାନରେ ଥିବା କାହାରିକୁ ମଧ୍ୟ ଜୀବିତ ଉଦ୍ଧାର କରାଯାଇପାରିନାହିଁ। ଜନଶୂନ୍ୟ ଅଞ୍ଚଳରେ ବିମାନଟି ଖସିପଡ଼ିଥିବାରୁ ଭୂମିରେ ଥିବା ଅନ୍ୟ କୌଣସି ଲୋକଙ୍କ କ୍ଷତି ହୋଇନାହିଁ । ପ୍ରାଥମିକ ତଦନ୍ତରୁ ବିମାନର ଯନ୍ତ୍ରପାତିରେ ବୈଷୟିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ। ଏନେଇ ରୁଷିଆ ବାୟୁସେନାର ବିଶେଷଜ୍ଞମାନେ ତଦନ୍ତ ଜାରି ରଖିଛନ୍ତି ।

    ସୂଚନାଯୋଗ୍ୟ, An-12 ହେଉଛି ସୋଭିଏତ୍ ସଂଘ ଅମଳର ଏକ ସାମରିକ ପରିବହନ ବିମାନ। ଏଥିରେ ଚାରୋଟି ଟର୍ବୋପ୍ରପ୍ ଇଞ୍ଜିନ୍ ରହିଛି। ସୈନିକ, ସାମରିକ ଉପକରଣ ଓ ଜରୁରୀ ସାମଗ୍ରୀ ପରିବହନ ପାଇଁ ଏହାକୁ ବ୍ୟବହାର କରାଯାଏ। ୧୯୫୦ ଦଶକର ଶେଷ ଭାଗରୁ ଏହି ବିମାନ ସେବାରେ ରହିଛି। ଦୀର୍ଘ ବର୍ଷ ଧରି ପୁରୁଣା ହୋଇଥିଲେ ମଧ୍ୟ ଏହା ଆଜି ବି ରୁଷିଆ ସମେତ ଅନେକ ଦେଶରେ ବ୍ୟବହୃତ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20 ° C
    20 °
    20 °
    76 %
    0.4kmh
    70 %
    Wed
    25 °
    Thu
    20 °
    Fri
    20 °
    Sat
    22 °
    Sun
    28 °

    ସମ୍ବନ୍ଧିତ