Wednesday, March 18, 2026
23.6 C
Odisha

    ରେକର୍ଡ ଭାଙ୍ଗିଲା ଖରା, ଭୁବନେଶ୍ବର ଛୁଇଁଲା ୩୪.୯ ଡିଗ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖରାରେ ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଭୁବନେଶ୍ବର । ଗତ ୪ବର୍ଷ ପରେ ଭୁବନେଶ୍ବରରେ ଫେବୃଆରୀ ପ୍ରଥମ ସପ୍ତାହରେ ସର୍ବୋଚ୍ଚ ତାତି । ଚଳିତବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ୩୪.୯ ଡିଗ୍ରୀ ଛୁଇଁଛି ପାରଦ।୨୦୨୪ ମସିହା ଜାନୁଆରୀ ୩୧ ତାରିଖରେ ୩୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ୨୦୨୩ ମସିହା ଫେବୃଆରୀ ୧ରେ ୩୨.୩ ଡିଗ୍ରୀ ଓ ୨୦୨୨ ମସିହା ଫେବୃଆରୀ ୨ ତାରିଖରେ ୩୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ହେଲେ ଚଳିତବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ୩୫ ଡିଗ୍ରୀ ପାଖାପାଖି ପହଂଚିଲାଣି ତାତି । ଗତ ୨୦୨୪ ଏପ୍ରିଲ ମାସରେ ରାଜଧାନୀରେ ସର୍ବାଧିକ ୪୦ଡିଗ୍ରୀ ଉପରେ ରହିଥିଲା ପାରଦ । ଯାହାକି ୭୮ ବର୍ଷର ରେକର୍ଡ ଭାଙ୍ଗିଥିଲା । ହେଲେ ଚଳିତବର୍ଷ ଫେବ୍ରୁଆରୀରୁ ଏଭଳି ତାତି ଲୋକଙ୍କୁ ଚିନ୍ତାରେ ପକାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ