Saturday, July 18, 2026
28.8 C
Odisha

    ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ, ୫.୫ ପ୍ରତିଶତରେ ସ୍ଥିର ରହିଲା ସୁଧହାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ଅର୍ଥାତ ମାସିକ EMIରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆପଣ ଘର, ଗାଡ଼ି ଆଦି ଋଣରେ ଦେଉଥିବା ଇଏମଆଇ ଅପରିବର୍ତ୍ତିତ ରହିବ। ରେପୋ ରେଟ୍ କୁ ଆରବିଆଇ ୫.୫ ପ୍ରତିଶତରେ ସ୍ଥିର ରଖିଛି । ରେପୋ ରେଟ୍ ସ୍ଥିର ଥିବାରୁ ବ୍ୟାଙ୍କଗୁଡିକ ଋଣ ଉପରେ ସୁଧ ହାରରେ କୌଣସି ପରିବର୍ତ୍ତନ କରିବେ ନାହିଁ । ହୋମ ଲୋନ, ଗାଡି ଲୋନ ଏବଂ ଏମଏସଏମଇ ଲୋନ ଉପରେ ସୁଧ ହାର ସ୍ଥିର ରହିବ । ଯଦି ମୁଦ୍ରାସ୍ଫୀତି ଆଗକୁ କମେ ତେବେ ଚଳିତ ଆର୍ଥିକ ବର୍ଷରେ ଆଗକୁ ସୁଧ ହାର ହ୍ରାସ ହେବ ସହ ଇଏମଆଇ କମିପାରେ । RBI ଆଶା କରୁଛି ମୁଦ୍ରାସ୍ଫୀତି ଆହୁରି କମିପାରେ ।

    ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪.୨% ରହିପାରେ । ଆୟକର ହ୍ରାସ ଓ GST ସୁଧାର ଭଳି ପଦକ୍ଷେପ ଦର ବୃଦ୍ଧି ଚାପକୁ କମାଇଛି । RBI ବର୍ତ୍ତମାନ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର GDP ବୃଦ୍ଧିକୁ 6.8%କୁ ବୃଦ୍ଧି କରିଛି । ପୂର୍ବରୁ 6.5% ଆକଳନ କରାଯାଇଥିଲା । ଅବଶ୍ୟ ଟାରିଫ ସମସ୍ୟା ଯୋଗୁଁ ଆର୍ଥିକ ବର୍ଷ ଦ୍ବିତୀୟ ଭାଗରେ ଅଭିବୃଦ୍ଧି ହ୍ରାସ ପାଇବା ଅନୁମାନ କରିଛି ଆରବିଆଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.8 ° C
    28.8 °
    28.8 °
    74 %
    4.1kmh
    100 %
    Sat
    28 °
    Sun
    28 °
    Mon
    27 °
    Tue
    25 °
    Wed
    24 °

    ସମ୍ବନ୍ଧିତ