Saturday, October 3, 2026
24.7 C
Odisha

    ରେଳବାଇର ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି, ଟିକେଟ୍ କ୍ୟାନ୍ସଲେସନ୍ ନିୟମରେ ବଡ଼ ପରିବର୍ତ୍ତନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ନୂଆ ବର୍ଷରେ ଭାରତୀୟ ରେଳବାଇ ଟ୍ରେନ୍ ଟିକେଟ୍ କ୍ୟାନ୍ସଲେସନ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଜାରି କରିଛି। ୧୬ ଜାନୁଆରୀରେ ଜାରି ହୋଇଥିବା ଏକ ସର୍କୁଲର ମାଧ୍ୟମରେ ଟିକେଟ୍ ରଦ୍ଦ କଲେ କେତେ ଟଙ୍କା କଟିବ ସେନେଇ ବଡ଼ ସଂଶୋଧନ କରାଯାଇଛି। ଏହି ନୂଆ ନିୟମ ବନ୍ଦେ ଭାରତ ସ୍ଲିପର ଏବଂ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ରେ ମଧ୍ୟ ଲାଗୁ ହେବ। ଏହି ନିୟମର ନାମ ରଖାଯାଇଛି ‘ରେଲ ଯାତ୍ରୀ (ଟିକେଟ୍ ରଦ୍ଦ ଓ ଭଡ଼ା ପ୍ରତିଦେୟ) ସଂଶୋଧନ ନିୟମ ୨୦୨୬’।

    ଟିକେଟ୍ କ୍ୟାନ୍ସଲେସନ୍ ନିୟମ: ଟ୍ରେନ୍‌ର ନିର୍ଦ୍ଧାରିତ ଯାତ୍ରା ସମୟର ୭୨ ଘଣ୍ଟା ପୂର୍ବରୁ ଟିକେଟ୍ କ୍ୟାନ୍ସଲ୍ କଲେ ୨୫% ରାଶି କ୍ୟାନ୍ସଲେସନ୍ ଚାର୍ଜ୍ ଭାବେ କଟାଯିବ। ଯାତ୍ରା ସମୟର ୭୨ ଘଣ୍ଟାରୁ ୮ ଘଣ୍ଟା ମଧ୍ୟରେ ଟିକେଟ୍ କ୍ୟାନ୍ସଲ୍ କଲେ ୫୦% ରାଶି କଟାଯିବ। ଯାତ୍ରା କରିବାର ୮ ଘଣ୍ଟାରୁ କମ୍ ସମୟ ଭିତରେ ଟିକେଟ୍ କ୍ୟାନ୍ସଲ୍ କଲେ କୌଣସି ରିଫଣ୍ଡ ମିଳିବ ନାହିଁ।

    ଭନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ୍‌ରେ ଯଦି ଯାତ୍ରା ସମୟର ୮ ଘଣ୍ଟା ପୂର୍ବରୁ ଟିକେଟ୍ କ୍ୟାନ୍ସଲ୍ କରାଯାଇନଥାଏ କିମ୍ବା ଅନଲାଇନ୍ TDR ଫାଇଲ୍ ହୋଇନଥାଏ, ତେବେ ସେହି ଟିକେଟ୍ ଉପରେ କୌଣସି ପ୍ରକାର ଭଡ଼ା ଫେରସ୍ତ ମିଳିବ ନାହିଁ।

    ରେଲୱେ ସ୍ପଷ୍ଟ କରିଛି ଯେ, ଅମୃତ ଭାରତ ଏକ୍ସପ୍ରେସ୍‌ର ରିଜର୍ଭ ଟିକେଟ୍ ଉପରେ ମଧ୍ୟ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର କ୍ୟାନ୍ସଲେସନ୍ ନିୟମ ହିଁ ଲାଗୁ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ