Sunday, October 18, 2026
23.2 C
Odisha

    ରେଳ ବଜେଟ: ରାଜ୍ୟରେ ପଡ଼ିଛି ବର୍ଷ ବର୍ଷ ଧରି ବହୁ ଅବହେଳିତ ପ୍ରକଳ୍ପ ଓ ପ୍ରସ୍ତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ଆସନ୍ତା ୨୫ ତାରିଖରେ ଆଗତ ହେବ କେନ୍ଦ୍ର ବଜେଟ। ବଜେଟ୍‌ରେ ଓଡ଼ିଶା ଭାଗରେ କେତେ ଅର୍ଥ ପଡ଼ିବ ତାହା ଭିନ୍ନ କଥା; ତେବେ ରେଳବାଇ ଆବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି। ୟୁପିଏ ସରକାର ତୁଳନାରେ ଏନ୍‌ଡିଏ ସରକାରରେ ଓଡିଶାକୁ ରେଳ ଅନୁଦାନରେ ଅଭିବୃଦ୍ଧି ହୋଇଛି; କିନ୍ତୁ ଆଜି ବି ରାଜ୍ୟର ୭ ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ ପାଇନାହିଁ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇ ଚାଲିଛି। ଗୋଟିଏ ପଟେ ଅନୁଦାନ ବୃଦ୍ଧି ପାଉଥିବାବେଳେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉ ନ ଥିବାରୁ ଅର୍ଥରାଶି ଫେରାଇ ନିଆଯାଉଛି। ଓଡିଶାରେ ଡବଲ ଇଞ୍ଜିନ୍‌ ସରକାର ଆସିବା ପରେ ବଡ଼ ଆଶା ବାନ୍ଧିଛି ଓଡିଶା। ଆଗାମୀ ୫ ବର୍ଷରେ ଓଡ଼ିଶାରେ ରେଳବାଇ ଲକ୍ଷେ କୋଟିର ନିବେଶ କରିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କିଛିଦିନ ତଳେ ଘୋଷଣା କରିଥିବାରୁ ବର୍ଷବର୍ଷ ଧରି ଅବହେଳିତ ପ୍ରକଳ୍ପର ଭାଗ୍ୟ ଫିଟିବ ବୋଲି ଅନୁମାନ କରାଯାଉଛି। ୨୦୨୩-୨୪ ବଜେଟରେ ଓଡିଶାକୁ ସର୍ବକାଳୀନ ରେକର୍ଡ ପରିମାଣର ଅନୁଦାନ ଘୋଷଣା ହୋଇଥଲେ ହେଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ନାମମାତ୍ର ଅନୁଦାନ ପ୍ରଦାନ କରାଯାଇଥିଲା। ଦୀର୍ଘ ଦିନ ହେଲା ମଞ୍ଜୁରୀ ପାଇଥିବା ୧୦ ନୂଆ ରେଳ ଲାଇନ୍‌ ପାଇଁ ଓଡିଶା ୧୦୦୦ କୋଟି ଟଙ୍କା ଦାବି ଶେଷରେ ନିରାଶାରେ ପରିଣତ ହୋଇଥିଲା। ରାଜନୀତିର ଶିରୋନାମା ପାଲଟି ଥିବା ନୂଆପଡ଼ା-ବରଗଡ଼ ଭାୟା ପଦ୍ମପୁର ରେଳ ଲାଇନ୍‌ ପାଇଁ ୧୦୦ କୋଟି ଟଙ୍କା, ଗୋପାଳପୁର-ରେଢ଼ାଖୋଲ ରେଳପଥ ପାଇଁ ୨୦୦ କୋଟି, ପୁରୀ-କୋଣାର୍କ ପାଇଁ ୧୦୦ କୋଟି, କେନ୍ଦୁଝର-ବାଦାମପାହାଡ ପାଇଁ ୧୦୦ କୋଟି, ଜୁନାଗଡ଼-ନବରଙ୍ଗପୁର ପାଇଁ ୧୦୦ କୋଟି, ଯାଜପୁର କେନ୍ଦୁଝର ରୋଡ-ଧାମରା ପାଇଁ ୧୦୦ କୋଟି, ପାରାଦ୍ୱୀପ-ଧାମରା ପାଇଁ ୫୦ କୋଟି, ବୁରାମରା-ଚକୁଳିଆ ପାଇଁ ୧୦୦ କୋଟି, ମାଲକାନଗିରି-ଭଦ୍ରାଚଳମ୍‌ ପାଇଁ ୧୦୦ କୋଟି ଟଙ୍କା ଦାବି କରି ନିରାଶ ହୋଇଥିଲା ରାଜ୍ୟ। ସେହିପରି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ତାଳଚେର-ବିମଳାଗଡ଼ ରେଳ ଲାଇନ୍‌ ପାଇଁ ୮୦୦ କୋଟି, ଜୟପୁର-ମାଲକାନଗିରି ପାଇଁ ୩୦୦ କୋଟି, ନୂଆପଡ଼ା-ଗୁଣୁପୁର ବ୍ରଡ୍‌ ଗଜ୍‌ ଲାଇନ୍‌ ପାଇଁ ୩୦୦ କୋଟି, ଦୀଘା-ଜଳେଶ୍ୱର ପାଇଁ ୧୦୦ କୋଟି ଟଙ୍କା ଦାବି ଥିଲା। ଅପରପକ୍ଷେ ଜାରି ରହିଥିବା ଅନ୍ୟ ରେଳ ପ୍ରକଳ୍ପ ପାଇଁ ୪୫୦୦ କୋଟି ଟଙ୍କା ଦିଆଯାଉ ବୋଲି ଓଡିଶା ଦାବି ଜଣାଇଥିଲା। ତେବେ ସେଥିରୁ କେବଳ ଦୀଘା-ଜଳେଶ୍ୱର ପାଇଁ ୧୦ କୋଟି, ତାଳଚେର-ବିମଳାଗଡ଼ ପାଇଁ ୩୦୦ କୋଟି, ଜୟପୁର-ମାଲକାନଗିରି ପାଇଁ ୧୧୫ କୋଟି ଏବଂ ନୂଆପଡ଼ା-ଗୁଣୁପୁର ପାଇଁ ୫୦ କୋଟି ଟଙ୍କା ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ