Sunday, October 4, 2026
28.6 C
Odisha

    ରେଳ ବିଭାଗରେ ବଡ଼ ନିଯୁକ୍ତି ସୁଯୋଗ: ୮ ହଜାରରୁ ଉର୍ଦ୍ଧ୍ବ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇ ଆଣିଦେଇଛି ଏହି ଖୁସି ଖବର। (ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ) NTPC ରେ ବାହାରିଛି ଖାଲି ପଦବୀ। ଆବେଦନ କରିବାକୁ ଚାହୁଁଥିଲେ ରେଳବାଇ ୱେବସାଇଟ୍ https://www.rrbapply.gov.in/ ରେ କ୍ଲିକ୍ କରି ଆବେଦନ କରପାରିବେ । ଏକାସହ ୮ ହଜାର ୧୧୩ ଖାଲି ପଦବୀ ବାହାରିଛି। ଯେଉଁଥିରେ ରହିଛି ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର ପାଇଁ ୧,୭୩୬ ଟି ପଦବୀ ଖାଲି ରହିଛି। ଷ୍ଟେସନ ମାଷ୍ଟର ପାଇଁ ରହିଛି ୯୯୪ଟି ପହ । ଗୁଡସ ଟ୍ରେନ ମ୍ୟାନେଜର ପାଇଁ ୩ ହଜାର ୧୪୪, ଜୁନିୟର ଆକାଉଣ୍ଟ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟର ୧ ହଜାର ୫୦୭ ଏବଂ ସିନିୟର କ୍ଲର୍କ କମ୍ ଟାଇପିଷ୍ଟ ପାଇଁ ବାହାରିଛି ୭୩୨ ଟି ପଦବୀ ରହିଛି। ଏହି ଚାକିରି ପାଇଁ ଆପଣଙ୍କୁ ଅନଲାଇନ ଆବେଦନ କରିବାକୁ ପଡ଼ିବ। ଆବେଦନ ଗ୍ରହଣର ଶେଷ ତାରିଖ ୧୩ ଅକ୍ଟୋବର ୨୦୨୪ ରହିଛି। ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ, ମହିଳା, ପୂର୍ବତନ ସେନା ଅଧିକାରୀ, ସଂଖ୍ୟାଲଘୁ ଏବଂ ତୃତୀୟ ଲିଙ୍ଗୀଙ୍କ ପାଇଁ ଆବେଦନ ରାଶି ୨୫୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଅନ୍ୟାନ୍ୟ ବର୍ଗଙ୍କୁ ୫୦୦ ଟଙ୍କା ଦେଇ ଆବେଦନ କରିବାକୁ ହେବ ।ବର୍ତ୍ତମାନ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା ହୋଇନଥିଲେ ବି ଏହା ଖୁବଶୀଘ୍ର ଜଣାପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ