Tuesday, January 13, 2026
16.3 C
Odisha

    ରୋଗୀଙ୍କୁ ଦେଲେନି, ପୋଡି ଦେଲେ ପେଟି ପେଟି ମେଡିସିନ୍

    ଆଗକୁ ପଢନ୍ତୁ

    ସୋର : ରୋଗୀଙ୍କୁ ଦେଲେନି । ଫିଙ୍ଗିଦେଲେ ପେଟି ପେଟି ମେଡିସିନ୍ । କେଉଁଠି ଅଳିଆ ଗଦାରେ ପଡିଛି ତ ଆଉ କେଉଁଠି ପୋଡି ଦିଆଯାଇଛି । ବାଲେଶ୍ବର ଜିଲ୍ଲା ବାହାନଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରୋଗୀଙ୍କ ପାଇଁ ଆସିଥିବା ଔଷଧ ଫିଙ୍ଗାଯିବା ସହ ପୋଡି ଦିଆଯାଇଛି । କିଛି ମେଡିସିନିର ଧାର୍ଯ୍ୟ ଅବଧି ୨୦୨୬ ପର୍ଯ୍ୟନ୍ତ ଥିଲେ ମଧ୍ୟ ତାକୁ ଫିଙ୍ଗିଦିଆଯାଇଛି ।

    ଔଷଧର ଅବଧି ୭ମାସରୁ ଅଧିକ ସମୟ ଥିବାବେଳେ ରୋଗୀଙ୍କୁ ଦିଆନଯାଇ ପୋଡି ଦିଆଯାଇଛି ।  ଗୋଟିଏ କି ଦୁଇଟି ନୁହେଁ, ଅନେକ ମେଡିସିନକୁ ନଷ୍ଟ କରାଯାଇଛି । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ, ସିରପ୍, ଅଏଣ୍ଟମେଣ୍ଟ, ଇଞ୍ଜେକ୍ସନ ଆଦି ନଷ୍ଟ କରାଯାଇଛି ।  ଏହାସହ ଅଳିଆ ପକାଇବା ପାଇଁ ଥିବା କଂକ୍ରିଟ ଚ୍ୟାମ୍ବରରେ ବିଭିନ୍ନ କିଟ୍ ପ୍ୟାକେଟ ମଧ୍ୟ ପଡିଛି । ବିପୁଳ ପରିମାଣର ଔଷଧ ଫିଙ୍ଗାଯାଇଥିବା ଦେଖି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    44 %
    1.9kmh
    0 %
    Tue
    16 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ