Saturday, April 11, 2026
27.5 C
Odisha

    ରୋଗୀ ଦେଖୁ ଦେଖୁ ଟଳିପଡ଼ିଲେ ଡାକ୍ତର, ହୃଦଘାତରେ ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ନୀଳଗିରି  : ରୋଗୀଙ୍କୁ ଓପିଡିରେ ଦେଖୁଥିବା ଜଣେ ଡାକ୍ତରଙ୍କ ଅକାଳ ମୃତ୍ୟୁ ଘଟିଛି। ନୀଳଗିରି ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତଥା ବ୍ଲଡ଼ ବ୍ୟାଙ୍କ ଇନଚାର୍ଜ ଡାକ୍ତର ତ୍ରିନାଥ ପାଲ ଆଜି ସକାଳେ ଓପିଡିରେ ରୋଗୀ ଦେଖୁଥିଲେ। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ୱାସ ରୁମ ଭିତରକୁ ଯାଇଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେହି ୱାସରୁମରେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ସହଯୋଗୀ ଓ ସିକ୍ୟୁରିଟି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ବାଟରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ବାଲେଶ୍ୱର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏନେଇ ନୀଳଗିରି ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ