Thursday, April 2, 2026
25.4 C
Odisha

    ରୋଷେଇ ତେଲରୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି କ୍ୟାନ୍ସର

    ଆଗକୁ ପଢନ୍ତୁ

    ଆମେ ବିଭିନ୍ନ ପ୍ରକାର ତେଲରେ ଖାଦ୍ୟ ପ୍ରସ୍ତୁତ କରିଥାଉ। କୁକିଙ୍ଗ ଅଏଲର ବ୍ୟବହାର ବିଶେଷ ଭାବରେ ଖାଦ୍ୟକୁ ରୁଚିମନ୍ତ କରିବା ପାଇଁ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କୁକିଙ୍ଗ ଅଏଲରୁ କ୍ୟାନ୍ସର ହୋଇପାରେ। ହଁ ଆଜ୍ଞା, ଆମେରିକା ସରକାରଙ୍କ ଦ୍ୱାରା କରାଯାଇଥିବା ଗୋଟିଏ ଷ୍ଟଡିରେ କୁହାଯାଇଛି ଯେ ଖାଇବା ତେଲ କ୍ୟାନ୍ସରର କାରଣ ହୋଇପାରେ। ବିଶେଷ ଭାବରେ ଏହା ଯୁବକମାନଙ୍କ ପାଖରେ ଅଧିକ ଦେଖାଯାଉଛି। ଏହି ଷ୍ଟଡି ମେଡିକାଲ ଜର୍ଣ୍ଣାଲ ଗଟରେ ପବ୍ଲିସ ହୋଇଛି। ଯେଉଁଥିରେ ସୂର୍ଯ୍ୟମୁଖୀ, ଅଙ୍ଗୁର ମଞ୍ଜି, କେନୋଲ ଓ ମକା ମଞ୍ଜିରେ ପ୍ରସ୍ତୁତ ତେଲକୁ ନେଇ ପରୀକ୍ଷା କରାଯାଇଥିଲା।
    ଗବେଷଣାରୁ ଖୁଲାସା –
    କୋଲନ କ୍ୟାନ୍ସରରୁ ପୀଡିତ ୮୦ ରୋଗୀଙ୍କ ଉପରେ ଯେତେବେଳେ ରିସର୍ଚ୍ଚ କରାଯାଇଥିଲା, ଦେଖିବାକୁ ମିଳିଥିଲା ସେଥିରେ ବାୟୋଆକ୍ଟିଭ ଲିପିଡ଼ର ସ୍ତର ହାଇ ଥିଲା ଯାହାକି ,ମଞ୍ଜିକୁ ଭାଙ୍ଗିବା ପରେ ତେଲ ପ୍ରସ୍ତୁତ ହୋଇଥାଏ। ଏହି ରିସର୍ଚ୍ଚରେ ୩୦ ରୁ ୮୫ ବର୍ଷ ଆୟୁ ବର୍ଗଙ୍କ ଲୋକଙ୍କ ନିକଟରେ ଟ୍ୟୁମରରେ ଲିପଇଡ଼ର ସ୍ତର ହାଇ ଥିଲା।

    ସିଡ୍ସ ଅଏଲ ଓ କ୍ୟାନ୍ସର ର ସମ୍ବନ୍ଧ –
    ପୂର୍ବର ରିସର୍ଚ୍ଚରେ ସ୍ୱାସ୍ଥ୍ୟ ଉପରେ ସିଡ୍ସ ଅଏଲର ହାନିକାରକ ପ୍ରଭାବ ଥିବାର ଜଣା ପଡିଥିଲା ଏହା ଶରୀରକୁ ଅଧିକ ଫୁଲାଇ ଦେଇଥାଏ। ସିଡ୍ସ ଅଏଲ ବ୍ରେକ ଡାଉନ ହୋଇ ପ୍ରସ୍ତୁତ ହେବା ଦ୍ୱାରା କୋଲନ କ୍ୟାନ୍ସରର କାରଣ ହୋଇଥାଏ ଏବଂ ଶରୀରରେ ଟ୍ୟୁମର ବିକଶିତର ମଧ୍ୟ କାରଣ ହୋଇପାରେ। ସିଡ୍ସ ଅଏଲରେ ଓ଼ମେଗା 6 ଓ ପୋଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ ରହିଥାଏ। ରିସର୍ଚ୍ଚ ଅନୁସାରେ ସିଡ଼ସ ଅଏଲ ଅତ୍ୟଧିକ ସେବନ ଦ୍ୱାରା ହେଉଥିବା କ୍ୟାନ୍ସର ଅଧିକ ବୃଦ୍ଧି ହୋଇଥାଏ।
    କୁକିଙ୍ଗ ଅଏଲ ବାଛିବେ କିପରି –
    ସ୍ୱାସ୍ଥ୍ୟ ପାଇଁ – ଯଦି ଆପଣ ହେଲଦି ଡାଏଟ ପ୍ଲାନ ପାଳନ କରୁଛନ୍ତି, ତେବେ କୌଣସି ପତଳା ତେଲ ବ୍ୟବହାର କରନ୍ତୁ। ସେଥିପାଇଁ ସୂର୍ଯ୍ୟମୁଖୀ ତେଲ କିମ୍ବା ଅଲିଭ ଅଏଲ ବାଛିବା ଜରୁରୀ।

    କିପରି ରୋଷେଇ କରିବେ –
    ଛଣା ଛାଣି ପାଇଁ ବାଦାମ ତେଲ କିମ୍ବା ସୋୟାବିନ ତେଲ ଖୁବ ଉତ୍ତମ ଅଟେ ଏବଂ ଅନ୍ୟ ରୋଷେଇ ପାଇଁ ଅଲିଭ ଅଏଲ ଖୁବ ଉତ୍ତମ ଅଟେ।

    ସ୍ୱାଦ ପାଇଁ –
    ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସହିତ ସ୍ୱାଦକୁ ଦେଖିବେ ତେବେ ରାଶି ତେଲ କିମ୍ବା ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ପ୍ରଭାବଶାଳୀ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ