Monday, September 28, 2026
30.3 C
Odisha

    ରୋହିତଙ୍କ ସହିତ ଅବସର ଘୋଷଣା କରିବାକୁ ଚାହୁଁଥିଲେ ବିରାଟ, ହେଲେ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅନେକ କଳ୍ପନାଜଳ୍ପନା ପରେ ସୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଥିଲେ। କୋହଲିଙ୍କ ଅବସର ସହିତ, ଏକ ଯୁଗର ଅନ୍ତ ଘଟିଥିଲା। ମେ’ ୧୨ରେ କୋହଲି ଅବସର ନେଉଥିବା ନେଇ ଘୋଷଣା କରିଥିଲେ ବି ମେ’ ୭ରୁ ସେ ନିଷ୍ପତ୍ତି ନେଇସାରିଥିଲେ ବୋଲି ଜଣାପଡ଼ିଛି। ତେବେ ସେ ୫ଦିନ କାହିଁକି ଅପେକ୍ଷା କଲେ ଆସନ୍ତୁ ଜାଣିବା।କୁହାଯାଉଛି ଯେ, ମେ’ ୭ରେ ହିଟ୍‌ମ୍ୟାନ୍ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହି ଦିନ ବିରାଟ ମଧ୍ୟ ଅବସର ଘୋଷଣା କରିବା ନେଇ ବିସିସିଆଇକୁ ଜଣାଇଥିଲେ। ହେଲେ ତାଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଇଥିଲା। ବିସିସିଆଇ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ କହିଥିଲା। ଭାରତର ପାକିସ୍ତାନ ବିରୋଧ‌ରେ ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’ ଫୁଲ୍ ଜୋସରେ ଚାଲିଥିବାରୁ ବିସିସିଆଇ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ କହିଥିଲା। ରବିବାର ଅସ୍ତ୍ରବିରତି ପରେ ସୀମାରେ ଶାନ୍ତି ଫେରିବାରୁ ବିରାଟ ସୋମବାର ଏହି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ସହିତ ଅଧିକ ସମୟ ବିତାଇବାକୁ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ