ଆଉ ଦିନ କେଇଟା ଭିତରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାସମର । ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପୁଣି ଥରେ ଚାମ୍ପିଅନ୍ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି । ଦଳରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଥିବା ବେଳେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବର୍ତ୍ତମାନ ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଅଛନ୍ତି । ତେଣୁ ବ୍ୟାଟିଂ କ୍ଷେତ୍ରରେ ମୁମ୍ବାଇ ସବୁଠାରୁ ଶକ୍ତିଶାଳୀ ପ୍ରତୀତ ହେଉଛି । ନିକଟରେ ଏକ ଇଭେଣ୍ଟରେ ଯୋଗ ଦେଇ ‘ହିଟମ୍ୟାନ୍’ ରୋହିତ ଶର୍ମା ଫ୍ୟାନମାନଙ୍କୁ କହିଛନ୍ତି କି ଏଥର ଦଳ ପାଇଁ ଷଷ୍ଠ ଟ୍ରଫି ଜିତିବାକୁ ଆମେ ପୂରା ଦମରେ ପ୍ରୟାସ କରିବୁ ।
କାର୍ଯ୍ୟକ୍ରମରେ ଉପସ୍ଥିତ କ୍ରିକେଟ୍ ପ୍ରେମୀମାନଙ୍କୁ ବିଶ୍ବାସ ଦେଇ ରୋହିତ କହିଛନ୍ତି ଯେ ସପୋର୍ଟ ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ । ଆମେ ପୁଣି ଆପଣମାନଙ୍କ ସମର୍ଥନ ଲୋଡୁଛୁ, ଆପଣମାନେ ଏମିତି ଆମକୁ ଉତ୍ସାହିତ କରୁଥାନ୍ତୁ ତା ବଦଳରେ ଆମେ ଷଷ୍ଠ ଥର ଆଇପିଏଲ୍ ଜିତିବାକୁ ଚେଷ୍ଟା କରିବୁ ।
