ମୁମ୍ବାଇ : ସାଉଥ ସିନେମାର ଚର୍ଚ୍ଚିତ ଷ୍ଟାର ରଶ୍ମିକା ମନ୍ଧାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହକୁ ନେଇ ଚର୍ଚ୍ଚା । ଉଦୟପୁରରେ ପହଞ୍ଚିଛନ୍ତି ରଶ୍ମିକା ଓ ବିଜୟ । ୨୬ ଫେବ୍ରୁଆରୀରେ VIROSHଙ୍କ ଗ୍ରାଣ୍ଡ୍ ୱେଡିଂ । ଉଦୟପୁରରେ ‘VIROSH’ କ୍ରେଜ୍। ରାଜକୀୟ ଷ୍ଟାଇଲରେ ହେବ ବିବାହ ଉତ୍ସବ । ଆରମ୍ଭ ହେଲା ପ୍ରି-ୱେଡିଂ ଉତ୍ସବ । ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ପ୍ରିୟ ଯୋଡ଼ି ରଶ୍ମିକା ମନ୍ଧାନା ଏବଂ ବିଜୟ ଦେବରକୋଣ୍ଡା ।
ଆଜି ସକାଳେ ରଶ୍ମିକା ଓ ବିଜୟ ହାଇଦ୍ରାବାଦରୁ ଆସି ଉଦୟପୁର ଏୟାରପୋର୍ଟରେ ପହଞ୍ଚିଛନ୍ତି । ରଶ୍ମିକା ଏକ ଫର୍ମାଲ୍ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ବିଜୟ ଏକ ନୂଆ ହେୟାରଷ୍ଟାଇଲ୍ ରେ ନଜର ଆସିଛନ୍ତି । ଉଭୟ ୨୨ ଫେବ୍ରୁଆରୀରେ ସୋସିଆଲ ମିଡିଆରେ ନିଜ ବିବାହ ଘୋଷଣା କରିଥିଲେ । ଆସନ୍ତା ଗୁରୁବାର ଦିନ ଏକ ଘରୋଇ ଉତ୍ସବରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବେ ।
ଉଦୟପୁରର ଅରାବଳୀ ପାହାଡ଼ କୋଳରେ ଥିବା ବିଳାସପୂର୍ଣ୍ଣ ହୋଟେଲ ‘ମେମେଣ୍ଟୋସ ବାଏ ଆଇଟିସି’ ରେ ଏହି ବିବାହ ଅନୁଷ୍ଠିତ ହେବ । ଏହି ହୋଟେଲଟିକୁ ୨୫ରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବୁକ୍ କରାଯାଇଛି । ମେହେନ୍ଦି ଏବଂ ସଙ୍ଗୀତ ଭଳି କାର୍ଯ୍ୟକ୍ରମ ୨୪ ଫେବୃଆରୀରୁ ଆରମ୍ଭ ହେବ । ଏଥିରେ ମାତ୍ର ୧୦୦ ଜଣ ଅତିଥି ସାମିଲ ହେବେ । ବିବାହ ପରେ ୪ ମାର୍ଚ୍ଚ ୨୦୨୬ ରେ ହାଇଦ୍ରାବାଦର ତାଜ୍ କ୍ରିଷ୍ଣା ହୋଟେଲରେ ଏକ ଭବ୍ୟ ରିସେପସନ୍ ପାର୍ଟିର ଆୟୋଜନ କରାଯିବ । ‘ଗୀତା ଗୋବିନ୍ଦମ’ ଏବଂ ‘ଡିୟର କମରେଡ୍ ‘ ଭଳି ଫିଲ୍ମରେ ଏହି ଯୋଡ଼ିଙ୍କ କେମିଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ଏବଂ ସେବେଠାରୁ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା । ଗତ ଅକ୍ଟୋବର ୨୦୨୫ରେ ଉଭୟଙ୍କର ନିର୍ବନ୍ଧ ସରିଥିଲା । ପ୍ରଶଂସକଙ୍କ ମଧ୍ୟରେ ଏହି ବିବାହକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

