Friday, October 9, 2026
29 C
Odisha

    ଲଗାଣ ବର୍ଷା ଯୋଗୁଁ ଦୁବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି

    ଆଗକୁ ପଢନ୍ତୁ

    ଦୁବାଇରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଲଗାଣ ବର୍ଷା ଯୋଗୁଁ ଦୁବାଇ ସୃଷ୍ଟି ହୋଇଛି ବନ୍ୟାସ୍ଥିତି । ଦୁବାଇରେ ୨୪ ଘଣ୍ଟାରେ ହୋଇଥିବା ବର୍ଷାର ପରିମାଣ ବର୍ଷକ ମଧ୍ୟରେ ହେଉଥିବା ବର୍ଷାର ପରିମାଣଠୁ ଯଥେଷ୍ଟ ଅଧିକ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା, ଘାଟ, ବିମାନବନ୍ଦର ଆଦି ଜଳମଗ୍ନ ହୋଇ ଯାଇଛି। ଚାରିଆଡେ ଆଣ୍ଠୁଏ ଉଚ୍ଚର ପାଣି। ଦୁବାଇ ବିମାନବନ୍ଦର ରନୱେ ସଂପୂର୍ଣ୍ଣ ଜଳମଗ୍ନ ହୋଇଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

    ଦୁବାଇରେ ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ସୋମବାରଠୁ ମଙ୍ଗଳବାର ମଧ୍ୟରେ ଦୁବାଇରେ ୨୪ ଘଣ୍ଟାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାତ୍ର ହାରାହାରି ଦେଖିବାକୁ ଗଲେ ପ୍ରତି ବର୍ଷ ଦୁବାଇରେ ୮୮.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ