Sunday, October 18, 2026
24.8 C
Odisha

    ଲଞ୍ଚ ହେବ Redmi 14C 5G

    ଆଗକୁ ପଢନ୍ତୁ

    ଯଦି ଆପଣ Redmi ର ଫ୍ୟାନ୍ସ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି। Redmi ମଧ୍ୟ ନୂଆ ବର୍ଷରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି।Redmi ର ଏହି ନୂଆ ଫୋନ୍ Redmi 14C 5G ହେବ। ଦୀର୍ଘ ଦିନ ଧରି ଏହି ସ୍ମାଟର୍ଫୋନ୍ ବିଷୟରେ ଲିକ୍ ଆସୁଥିଲା କିନ୍ତୁ ବର୍ତ୍ତମାନ୍ ଏହାର ଲଞ୍ଚ ଡେଟ୍ ମଧ୍ୟ କମ୍ପାନୀ ଘୋଷଣା କରିଛି। କମ୍ପାନୀ ଏହା ପୂର୍ବରୁ Redmi 14C 4G ଚଳିତ ବର୍ଷ ସେପ୍ଟେମ୍ବରରେ ଲଞ୍ଚ କରିଥିଲା। ବର୍ତ୍ତମାନ Redmi 14C 5G କୁ ଅଣାଯାଉଛି।Redmi 14C 5G କୁ ଜାନୁଆରୀ ୬, ୨୦୨୫ ରେ ଭାରତୀୟ ବଜାରରେ ଲଞ୍ଚ ହେବ।Redmi ଏଥିପାଇଁ ୱେବସାଇଟରେ ଏକ ମାଇକ୍ରୋସାଇଟ୍ ଲାଇଭ୍ ମଧ୍ୟ କରିଛନ୍ତି। ମାଇକ୍ରୋସାଇଟ୍ ଲାଇଭ୍ ହେବା ସହିତ ଏଥିରେ ଥିବା ଫିଚର୍ସଗୁଡିକ ମଧ୍ୟ ପ୍ରକାଶ ପାଇଛି।

    ଜାନୁଆରୀ ୬ ରେ Redmi 14C 5G ର ଗ୍ଲୋବାଲ ଲଞ୍ଚ ହେବ, ଅର୍ଥାତ୍ ଭାରତୀୟ ମାର୍କେଟରେ ଆସିବା ସହିତ ବିଭିନ୍ନ ମାର୍କେଟରେ ମଧ୍ୟ ଟକ୍କର ଦେବ। Redmi ଏହି ସ୍ମାର୍ଟଫୋନକୁ ବଜେଟ୍ ସେଗମେଣ୍ଟରେ ବେଷ୍ଟ ସ୍କାର୍ଟଫୋନ୍ ଭାବରେ ଘୋଷଣା କରିଛି। ଏଥିରେ ୟୁଜର୍ସମାନେ 5G+5G ର ସପୋର୍ଟ ପାଇବେ। କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ ୨.୫ Gbps ପର୍ଯ୍ୟନ୍ତ ଇଣ୍ଟରନେଟ୍ ସ୍ପିଡ୍ ପାଇବାକୁ ଯାଉଛନ୍ତି।

    Redmi 14C 5G ର ସ୍ପେସିଫିକେସନ୍ : Redmi 14C 5G ରେ ଆପଣଙ୍କୁ ୬.୮୮ ଇଞ୍ଚର HD Plus ଡିସପ୍ଲେ ରହିଛି। ଡିସପ୍ଲେରେ ଆପଣଙ୍କୁ ୧୨୦Hz ର ରିଫ୍ରେସ୍ ରେଟ୍ ଦିଆଯାଇଛି।

    Redmi ର ଏହି ନୂଆ ସ୍ମାର୍ଟଫୋନରେ Snapdragon 4 Gen 2 ଚିପସେଟ୍ ଦେଖିବାକୁ ମିଳିବ।

    Redmi 14C 5G ଚାରେଟି ଭ୍ୟାରିଆଣ୍ଟ ସହିତ ଲଞ୍ଚ କରିପାରିବ, ଯେଉଁଥିରେ ୪GB, ୮GB ଏବଂ ୧୨GB RAM ଅପ୍ସନ୍ ମିଳିପାରିବ।

    ଆଉଟ୍ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ Android 14- ଆଧାରିତ HyperOS ସହିତ ଆସିବ ବୋଲି ଆଶା କରାଯାଉଛି।

    Redmi 14C 5G ରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରିବ। ପ୍ରାଇମେରୀ କ୍ୟାମେରା ସେନ୍ସର ୫୦ ମେଗାପିକ୍ସେଲ୍ ହୋଇପାରେ। ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫ ମେଗାପିକ୍ସେଲର କ୍ୟାମେରା ଦିଆଯାଇପାରେ।

    Redmi 14C 5G କୁ ପାୱାର ଦେବା ପାଇଁ ୫୦୬୦mAh ର ବ୍ୟାଟେରୀ ଦିଆଯାଇପାରେ, ଯାହାକି ୧୮W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ