Saturday, October 10, 2026
27.9 C
Odisha

    ଲାଇନଚ୍ୟୁତ ହେଲା ଉଜ୍ଜୟିନୀ ଏକ୍ସପ୍ରେସ, ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି

    ଆଗକୁ ପଢନ୍ତୁ

    ଉତ୍ତରାଖଣ୍ଡ : ଋଷିକେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯୋଗ ନଗରୀର ଋଷିକେଶ ରେଳ ଷ୍ଟେସନ ନିକଟରେ ଥିବା ଖଣ୍ଡ ଗାଁ ଅଞ୍ଚଳରେ ଉଜ୍ଜୟିନୀ ଏକ୍ସପ୍ରେସର ୩ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଏହି ଘଟଣାଟି ଗତକାଲି ରାତି ପ୍ରାୟ ୯ ଟା ୩୦ ମିନିଟରେ ହୋଇଥିବା ଜଣାପଡିଛି । ସୌଭାଗ୍ୟବଶତଃ ଦୁର୍ଘଟଣା ସମୟରେ କୌଣସି ଯାତ୍ରୀ ଟ୍ରେନରେ ନଥିବା ସୂଚନା ମିଳିଛି ।

    ସୂଚନାନୁଯାୟୀ, ନିୟମିତ ରକ୍ଷଣାବେକ୍ଷଣା ସମୟରେ ଟ୍ରେନର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣା ପରେ ଟ୍ରାକରେ ଭିଡ଼ ଜମା ହୋଇଥିଲା । ଏବେ ଟ୍ରେନର ଗତିବିଧିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏଥିସହ ଦୁର୍ଘଟଣାର ଅଢେଇ ଘଣ୍ଟା ପର୍ଯ୍ୟନ୍ତ କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ  ପହଞ୍ଚିନଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି । ରେଳ ବିଭାଗ ଏବେ ତଦନ୍ତ ଆରମ୍ଭ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ