Sunday, June 29, 2025
25.6 C
Odisha

    ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲାବେଳେ ଖସିପଡ଼ିଲେ ସେବାୟତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ମହାଦୀପ ନୀତି ସମ୍ପାଦନ ବେଳେ ଅଘଟଣ ଘଟିଛି । ରାତି ପ୍ରାୟ ସାଢ଼େ ୧୦ଟାବେଳକୁ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଚଖୁଥିବାବେଳେ ସେବାୟତ ଭାରସାମ୍ୟ ହରାଇ ମନ୍ଦିର କାନ୍ଥରୁ ତଳକୁ ଖସିପଡ଼ିଛନ୍ତି । ପ୍ରାୟ ୧୨ ଫୁଟ୍ ଉଚ୍ଚରୁ ତଳକୁ ଖସିପଡ଼ିବା ଯୋଗୁଁ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ସେବାୟତଙ୍କ ନାମ ଯୋଗେନ୍ଦ୍ର ସମର୍ଥା ଓରଫ ଯୋଗିଆ । ସେ ଲିଙ୍ଗରାଜଙ୍କ ସମର୍ଥା ସେବାୟତ । ଯୋଗେନ୍ଦ୍ର ପ୍ରତିବର୍ଷ ଜାଗରରେ ମନ୍ଦିର ଉପରକୁ ମହାଦୀପ ଉଠାନ୍ତି । ଗୁରୁତର ଆହତ ଯୋଗୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାଦୀପ ଉଠାଇଲାବେଳେ ଏପ୍ରକାର ଅଘଟଣ ପ୍ରଥମ ଥର ଘଟିଥିବା ଆଲୋଚନା ହେଉଛି । ଅଘଟଣରେ ଅନ୍ୟ ସେମାୟତମାନେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଯୋଗେନ୍ଦ୍ରଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    76 %
    4.9kmh
    100 %
    Sun
    25 °
    Mon
    25 °
    Tue
    30 °
    Wed
    31 °
    Thu
    31 °

    ସମ୍ବନ୍ଧିତ