Friday, June 19, 2026
34.3 C
Odisha

    ଲିଜ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ : ସୁରେଶ ପୂଜାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସରକାରୀ ଜମିର ହୋଇପାରିବନି ଦୁରୁପଯୋଗ । ଲିଜ ନେଇ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଉକ୍ତ ଜମିକୁ ରାଜସ୍ବ ବିଭାଗ ଫେରାଇ ଆଣିବ । ଜମିର ସଠିକ ପରିଚାଳନା ଏବଂ ଆଗାମୀ ୧୦୦ ବର୍ଷକୁ ଆଖି ଆଗରେ ରଖି ସରକାରୀ ଜମିକୁ ସୁରକ୍ଷା ଦେବାକୁ ଦୁଇଟି ଆଇନରେ ସଂଶୋଧନ ହେବ । ଏହା ପରେ ସରକାର ନୂଆ ଆଇନ ଆଣିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

    ଜବରଦଖଲ ଉଛେଦ ଆଇନ କଡାକଡି କରାଯିବ । ଲିଜ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ କାର୍ଯ୍ୟାନୁଷ୍ଠାନ ହେବ । ନୂଆ ଆଇନରେ କାର୍ଯ୍ୟାନୁଷ୍ଠାନକୁ ଶାଣିତ ଆଉ ବ୍ୟବସ୍ଥାକୁ ସରଳ କରାଯିବ । ଗୋଟିଏ ଇଞ୍ଚ ବି ସରକାରୀ ଜମିର ଦୁରୁପଯୋଗ ହେବନି ଏବଂ ସବୁ ଜମି ଲୋକଙ୍କ କାମରେ ଲାଗିବା ପ୍ରାଥମିକତା ବୋଲି କହିଛନ୍ତି ସୁରେଶ ପୂଜାରୀ । ତ୍ରୁଟି ବିଚ୍ୟୁତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନରେ ପ୍ରବଧାନ କଡା ରହିବ । ଏହି ଡ୍ରାଫ୍ଟ ପଲିସି ରାଜସ୍ବ ବିଭାଗ ୱେବସାଇଟରେ ଉପଲବ୍ଧ ହେବ । ସାଧାରଣ ଲୋକଙ୍କ ସହ ସବୁ ବର୍ଗର ଲୋକ ଏହାକୁ ନେଇ ମତାମତ ରଖି ପାରିବେ । ଡ୍ରାଫ୍ଟ ପଲିସି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34.3 ° C
    34.3 °
    34.3 °
    43 %
    2.2kmh
    82 %
    Fri
    29 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ