Friday, October 2, 2026
28.6 C
Odisha

    ଲିଫ୍ଟ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ପଶ୍ଚିମବଙ୍ଗ କୋଲକାତା ଆର୍‌.ଜି କର ମେଡିକାଲ କଲେଜରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରି ପ୍ରତିବାଦ କରୁଥିବା ବେଳେ ବେଙ୍ଗାଲୁରୁ ପୁଣି ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ୨୧ ବର୍ଷିୟା କଲେଜ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅତିରିକ୍ତ ପୋଲିସ କମିଶନର(ଇଷ୍ଟ ଜୋନ୍‌) ରମଣ ଗୁପ୍ତାଙ୍କ କହିବା ଅନୁସାରେ ଏକ ସିଟି କଲେଜର ଛାତ୍ରୀ ଜଣକ ଏକ ପାର୍ଟିରେ ଯୋଗଦେଇ ଘରକୁ ଫେରୁଥିଲେ। ସେତିକିବେଳେ ଛାତ୍ରୀ ଜଣକ ଏକ ଅପରିଚିତ ବ୍ୟକ୍ତିଙ୍କୁ ଲିଫ୍ଟ ମାଗିଥିଲେ। ବ୍ୟକ୍ତି ଜଣକ ତାଙ୍କୁ ଲିପ୍ଟ ଦେଇ ନିର୍ଦ୍ଧାରିତ ସ୍ଥାନକୁ ନେବା ପରିବର୍ତ୍ତେ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ। ସେଠାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଉଦ୍ଧାର ପରେ ଛାତ୍ରୀ ଜଣକ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା ପରେ ଅଧିକ ବିବରଣୀ ଉପଲବ୍ଧ ହେବ ବୋଲି ପୋଲିସ କହିଛି। ପୋଲିସ ଭାରତ ନ୍ୟାୟ ସଂହିତାର ଧାରା ୬୪ରେ ଏକ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ