Sunday, October 25, 2026
21.4 C
Odisha

    ଲେମ୍ବୁ ସହିତ ମିଶାଇ ମୁଁହରେ ଲଗାନ୍ତୁ ଏହି ସବୁ ଜିନିଷ, ତ୍ୱଚାକୁ କରିବ ଉଜ୍ଜ୍ୱଳ

    ଆଗକୁ ପଢନ୍ତୁ

    ଚମକ ଏବଂ ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ କ’ଣ କରିନଥାନ୍ତି । ତ୍ବଚାକୁ ମେଣ୍ଟେନ୍ ଏବଂ ସୁନ୍ଦର ରଖିବା ପାଇଁ ଆନେକ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ମାର୍କେଟରେ ମିଳୁଥିବା ବିୟୁଟି ପ୍ରଡକ୍ଟ ଦାମି ହେବା ସହିତ ତ୍ବଚାକୁ ମଧ୍ୟ କ୍ଷତି ପଂହଚାଇଥାଏ । ତେଣୁ ଅଧିକାଂଶ ସମୟରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ଏହା ଫେସକୁ ଖରାପ କରିଦେଇଥାଏ । ତେବେ ଆଜି ଆପଣଙ୍କୁ ତ୍ବଚାକୁ ସୁନ୍ଦର କରିବା ପାଇଁ ଏପରି ଟିପ୍ସ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରିବା ଖୁବ୍ ସହଜ ହୋଇଥାଏ ।

    ଆଜି ଆମେ ଆପଣଙ୍କୁ ଚମକ ତ୍ବଚା ପାଇବା ପାଇଁ ଲେମ୍ବୁର ବ୍ୟବହାର ବିଷୟରେ ଜଣାଇବୁ । ଏଥିରେ ଭିଟାମିନ୍ ସି ଏବଂ ଭିଟାମିନ୍ ବି ବହୁତ ରହିଥାଏ । ଯାହା ଦ୍ବାରା ରୁକ୍ଷ ତ୍ବଚା ଏବଂ ବ୍ଲାକ ସ୍ପଟକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ ।

    ଚେହାରାର ଚମକ ତ୍ବଚା ପାଇଁ ଲେମ୍ବୁରେ ତିଆରି ଫେସପ୍ୟାକ୍ ବ୍ୟବହାର କରନ୍ତୁ । ଫେସପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ମହୁରେ ଏକ ଚାମଚ୍ ଲେମ୍ବୁ ରସ ଏବଂ ଏକ ଚାମଚ୍ ଦହି ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ଭଲଭାବେ ମିଶେଇ ସାରିବା ପରେ ଫେସ୍ ଏବଂ ବେକରେ ଲଗାନ୍ତୁ ଏବଂ ୧୫ମିନିଟ୍ ସୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ଭଲଭାବେ ଧୋଇ ନିଅନ୍ତୁ ।

    ବଡି ସ୍କ୍ରବ୍: ଲେମ୍ବୁକୁ ସ୍କ୍ରବ୍ ଭଳି ବ୍ୟବହାର କରିବା ପାଇଁ ଅଧା କପ୍ ଅଲିଭ୍ ତେଲ, ଅଧା କପ୍ ଚିନି ଏବଂ ଏକ ଚାମଚ୍ ମହୁ ସହିତ ଏକ ଚାମଚ୍ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ପୂରା ଶରୀରରେ ଲଗାନ୍ତୁ । ୧୦ମିନିଟ୍ ରଖିବା ପରେ ସଫା ପାଣିରେ ପୂରା ଶରୀରକୁ ଭଲଭାବେ ଧୋଇ ନିଅନ୍ତୁ ।

    ହାତରେ କରନ୍ତୁ ମାଲିସ୍: ଗୋଟେ ଟମାଟୋର ରସ, ଲେମ୍ବୁ ରସ ଏବଂ ଗ୍ଲିସେରିନର ସମାନ୍ ମାତ୍ରାକୁ ମିଶାଇ ନିଅନ୍ତୁ । ଏବେ ସଫା ପାଣିରେ ଧୋଇବା ପାରେ ଏହି ମିଶ୍ରଣକୁ ଭଲଭାବେ ହାତରେ ମାଲିସ୍ କରନ୍ତୁ । ଯେତେବେଳେ ଠିକ୍ ଭାବେ ଶୁଖିଯିବ ସେବେ ହାତକୁ ଧୋଇ ନିଅନ୍ତୁ । ହାତର ତ୍ବଚା ସହିତ ନଖ ମଧ୍ୟ ଚମକିବ ।

    ବ୍ଲାକ୍ ସ୍ପଟ୍: ଏକ ଚାମଚ ଲେମ୍ବୁ ରସ ସହିତ ତୁଳସୀ ପତ୍ରକୁ ଛେଚି ନିଅନ୍ତୁ । ଏହାକୁ ଫେସରେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏବେ ଏହା ଭଲଭାବେ ଶୁଖିଗଲା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏଥିସହ ଫେସରେ ଚମକ ଆସିବା ସହିତ ବ୍ଲାକ୍ ସ୍ପଟ ମଧ୍ୟ ଦୂର ହେବ ।

    ଅଣ୍ଡର୍ ଆର୍ମର ତ୍ବଚା ପାଇଁ: ଅଣ୍ଡର୍ ଆର୍ମର ତ୍ବଚା ଯଦି କଳା ପଡିଯାଇଛି ତେବେ ଏଥିରୁ ରକ୍ଷା ପାଇବା ପାଇଁ ଲେମ୍ବୁର ବ୍ୟବହାର ଲାଭଦାୟକ ହୋଇଥାଏ । ଅଣ୍ଡର୍ ଆର୍ମର ତ୍ବଚା ଗନ୍ଧ ଏବଂ କଳା ଦାଗ ସଫାକରିବା ପାଇଁ କଟନ ଦ୍ବାରା ଲେମ୍ବୁ ରସକୁ ଲଗାନ୍ତୁ । ଏଥିସହ ଯଦି ଆପଣଙ୍କର ଏହି ସମସ୍ତ ସମସ୍ୟା ହେଉଛି, ତେବେ ନିଶ୍ଚିତ ଭାବରେ ଏହି ଟିପ୍ସକୁ ଫଲୋ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.4 ° C
    21.4 °
    21.4 °
    63 %
    0.8kmh
    1 %
    Sun
    28 °
    Mon
    28 °
    Tue
    30 °
    Wed
    28 °
    Thu
    24 °

    ସମ୍ବନ୍ଧିତ