Sunday, October 4, 2026
24.3 C
Odisha

    ଲ୍ୟାଣ୍ଡଫଲ୍‌ ବେଳେ ୧ରୁ ୨ ମିଟର ପର୍ଯ୍ୟନ୍ତ ଆସିପାରେ ଜୁଆର

    ଆଗକୁ ପଢନ୍ତୁ

    ଭୀଷଣ ବାତ୍ୟା ରୂପ ଧାରଣ କରି ‘ଦାନା’ ଉପକୂଳ ଆଡେ ମାଡି ଆସୁଥବା ବେଳେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ୨୪ ରାତିରୁ ୨୫ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାକୁ ଥିବା ବେଳେ ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ। ବିଶେଷକରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୁଳରେ ଜୁଆର ଆସିବ। ଏହି ୩ ଜିଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁର ଜିଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିବାକୁ ଥିବା ବେଳେ ଉକ୍ତ ଜିଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ। ନଦୀରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ। ତେବେ ଲ୍ୟାଣ୍ଡଫଲ୍‌ ପରେ ଟିକେ ସାମାନ୍ୟ ଦିଗ ବଦଳାଇବି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ