Tuesday, March 17, 2026
23.4 C
Odisha

    ଲ୍ୟାଣ୍ଡଫଲ ପରେ ବି ଟଳିନି ବିପଦ: ଚାନ୍ଦବାଲିରେ ରେକର୍ଡ ବର୍ଷା

    ଆଗକୁ ପଢନ୍ତୁ

    ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି । ଏଥିସହ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରୁଛି । ବାତ୍ୟା ଲ୍ୟାଣ୍ଡଫଲ ପରେ ୩ ଜିଲାକୁ ରେଡ ଆଲର୍ଟ ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି।
    ଇତି ମଧ୍ୟରେ ବାତ୍ୟାର ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାଜକନିକାରେ ୧୫୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାର୍ଶାଘାଇ ୧୧୦, ରାଜନଗରରେ ୧୦୦, ବାଲେଶ୍ବର ଔପଦାରେ ୧୦୯, ବାସୁଦେବପୁରରେ ୧୧୦, ଆଳି ୮୦, ପାରାଦୀପ ୭୬.୪, ଡେରାବିଶରେ ୭୨ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବନ୍ୟା ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    43 %
    1.4kmh
    100 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ